ଶ୍ରୀନଗର,୨୭।୧୦: ଜମ୍ମୁକଶ୍ମୀରରେ ଏକ ବଡ ଆକ୍ରମଣ ଷଡଯନ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ପଣ୍ଡ ହୋଇଛି। ଜମ୍ମୁର ରେଳ ଷ୍ଟେଶନ ପରିସରରେ ଥିବା ଏକ ଡ୍ରେନ ନିକଟରେ ୧୮ଟି ଡିଟୋନେଟର ଏବଂ କିଛି ତାର ଥିବା ଏକ ସନ୍ଦିଗ୍ଧ ବ୍ୟାଗ ମିଳିଛି। ଏହା ସହିତ ଏଥିରେ ସନ୍ଦେହଜନକ ପାଉଡର ମଧ୍ୟ ଉଦ୍ଧାର କରାଯାଇଛି। ମାମଲାର ତଦନ୍ତ ଚାଲିଛି।
ଜିଆରପିଏଫ୍ ଏସ୍ଏସ୍ପି ଆରିଫ ରିଶୁଙ୍କ ଅନୁଯାୟୀ, ଜମ୍ମୁ ରେଳ ଷ୍ଟେସନରେ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଆମେ ଏକ ବ୍ୟାଗ ଉଦ୍ଧାର କରିଛୁ। ଏହି ବ୍ୟାଗରେ ମିଳିଥିବା ୨ଟି ବାକ୍ସରେ ବିସ୍ଫୋରକ ସାମଗ୍ରୀ ମିଳିଛି। ବାକ୍ସରେ ପ୍ରାୟ ୫୦୦ ଗ୍ରାମ ମହମ ପରି ସାମଗ୍ରୀ ପ୍ୟାକ କରାଯାଇଥିଲା।