Categories: ଜାତୀୟ

ଦେଶର ବିକାଶ ଗତିକୁ ବୃଦ୍ଧି କରିଛି ଜନ ଧନ ଯୋଜନା…

ନୂଆଦିଲ୍ଲୀ,୨୮।୮: ଦେଶର ବିକାଶରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହା ବିକାଶ ଗତିକୁ ବହୁଗୁଣା ବୃଦ୍ଧି କରିବାକୁ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ଧନ ଯୋଜନାର ୭ ବର୍ଷ ପୂର୍ତ୍ତିି ଅବସରରେ ଏଭଳି କହିଛନ୍ତି। ୨୦୧୪ ଅଗଷ୍ଟ ୨୮ରେ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ ଉନ୍ନତିର ମୁଖ୍ୟ ସ୍ରୋତ ପାଲଟି ପାରିଛି। ଏହି ଯୋଜନାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଧନ୍ୟବା ଅର୍ପଣ କରିଛନ୍ତି। ଏହା ଦ୍ୱାରା ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ବହୁ ପରିବର୍ତ୍ତନ ଘଟିଥିବା ପ୍ରଧାନନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଦେଶର ଗରିବଙ୍କ ପାଇଁ ସଞ୍ଚୟ ଖାତା ବ୍ୟାଙ୍କ, ଡାକଘର ଏବଂ ଜାତୀୟକରଣ ବ୍ୟାଙ୍କରେ ଶୂନ ବାଲାନ୍ସରେ ଖୋଲାଯାଇଛି। ଯେଉଁ ଆକାଉଣ୍ଟଗୁଡିକ ସହିତ ଆଧାର କାର୍ଡ ସଂଯୋଗ ହୋଇଛି। ୬ ମାସ ପରେ ଓଭରଡ୍ରାଫ୍ଟ ସୁବିଧା, ୨ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା କଭର, ଲାଇଫ କଭର ଆଦି ସହିତ ବହୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଜନ ଧନ ଆକାଉଣ୍ଟ ଯୋଜନାରେ ଏପର୍ଯ୍ୟନ୍ତ ଦେଶରେ ୪୩ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି। ଏହି ଆକାଉଣ୍ଟ ମାଧ୍ୟମରେ ସରକାର ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଥ ଦେଉଛନ୍ତି।

Share