ସରୁନି ଜନକ-ହଳଧରପୁର ରାସ୍ତା କାମ

ଚଣ୍ଡିଖୋଲ,୨୪ା୪(ଡି.ଏନ୍‌.ଏ.): ପୂର୍ତ୍ତ ବିଭାଗ ତରଫରୁ ରାସ୍ତାର ଟେଣ୍ଡର କରାଯାଉଛି। ରାସ୍ତା କାର୍ଯ୍ୟ ଶେଷ ହେବା ପାଇଁ ସମୟ ସୀମା ବି ଧାର୍ଯ୍ୟ କରାଯାଉଛି। ମାତ୍ର କାର୍ଯ୍ୟ ସରୁନାହିଁ। ଏହାପରେ ଗୁପ୍ତ ଟେଣ୍ଡର ଜରିଆରେ ବିପୁଳ ଟଙ୍କା ଲୁଟ୍‌ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ୍‌ ଅଧୀନ ଜନକ-ହଳଧରପୁର ରାସ୍ତା କାର୍ଯ୍ୟରେ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ବରୁ ଜନକ-ହଳଧରପୁର ରାସ୍ତାଟି ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଗେଙ୍ଗୁଟି ନଦୀବନ୍ଦ ଭାବେ ଜଳ ସମ୍ପଦ ବିଭାଗ ଏହାର ରକ୍ଷଣାବେକ୍ଷଣ କରୁଥିଲା। ମାତ୍ର ୨୦୧୯ ଡିସେମ୍ବରରେ ରାସ୍ତାକୁ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ୍‌ ଅଧୀନକୁ ହସ୍ତାନ୍ତର କରାଗଲା। ମାତ୍ର ଆଶ୍ଚର୍ଯ୍ୟର କଥା ଯେଉଁ ମାସରେ ହସ୍ତାନ୍ତର କରାଗଲା ସେହି ମାସରେ ଗୁପ୍ତଟେଣ୍ଡର ଆରମ୍ଭ ହୋଇଗଲା। ୨୪ା୧୨ା୨୦୧୯ରେ ସମରେନ୍ଦ୍ର ମହାନ୍ତିଙ୍କ ନାମରେ ୪ ଲକ୍ଷ ୩୫ ହଜାର ୫୪୮ ଟଙ୍କା, ପୁନର୍ବାର ତାଙ୍କରି ନାମରେ ୨୦୨୦ ଫେବୃୟାରୀ ୧୭ରେ ୪ ଲକ୍ଷ ୩୭ ହଜାର ୩୮୦ ଟଙ୍କା, ମାର୍ଚ୍ଚ ୬ରେ ୪ ଲକ୍ଷ ୮୬ ହଜାର ୪୦୭ ଟଙ୍କା ଓ ସେହିଦିନ ଆଉଏକ ୨ ଲକ୍ଷ ୧,୫୬୪ ଟଙ୍କା , ୨୦୨୧ ଫେବୃୟାରୀ ୨୦ରେ ୨ ଲକ୍ଷ ୭୫ ହଜାର ୬୯୨ ଟଙ୍କା , ମାର୍ଚ୍ଚ ୧୨ରେ ୩ଲକ୍ଷ ୫୭ ଟଙ୍କା, ଡିସେମ୍ବର ୧୦ରେ ୪ ଲକ୍ଷ ୮୯ ହଜାର ୯୦୧ ଟଙ୍କା, ୨୦୨୨ ଜାନୁୟାରୀ ୧୦ରେ ୨ ଲକ୍ଷ ୯୩ ହଜାର ୯୯୫ ଟଙ୍କା ଟେଣ୍ଡର ହୋଇଥିବା ଦର୍ଶାଯାଇଛି।
ସେହିଭଳି ୨୦୨୦ ମାର୍ଚ୍ଚ ୬ରେ ପ୍ରଦୀପ୍ତ କିଶୋର ବଳଙ୍କ ନାମରେ ୨ ଲକ୍ଷ ୯୨ ହଜାର ୮୮୬ ଟଙ୍କା, ଜୁନ୍‌ ୧୮ରେ ୧ ଲକ୍ଷ ୪୭ ହଜାର ୫୭୪ ଟଙ୍କା, ୨୦୨୧ ଫେବୃୟାରୀ ୨ରେ ୨ ଲକ୍ଷ ୭୫ ହଜାର ୫୯୫ ଟଙ୍କା, ଫେବୃୟାରୀ ୮ରେ ୨ଲକ୍ଷ ୯୩ ହଜାର ୯୦୩ଟଙ୍କା ଖର୍ଚ୍ଚା କରାଯାଇଥିବା ଦର୍ଶାଯାଇଛି। ଜିତେନ୍ଦ୍ର ସ୍ବାଇଁଙ୍କ ନାମରେ ୨୦୨୦ ଫେବୃୟାରୀ ୭ରେ ୨ ଲକ୍ଷ ୪୩ ହଜାର ୪୫୧ ଟଙ୍କା, ୨୦୨୧ ଫେବୃୟାରୀ ୧୫ରେ ୨ ଲକ୍ଷ ୯୨ ହଜାର ୨୬୭ଟଙ୍କା, ୨୫ ତାରିଖରେ ୨ ଲକ୍ଷ ୯୬ ହଜାର ୬୩୬ ଟଙ୍କା, ମାର୍ଚ୍ଚ ୧୮ରେ ୨ ଲକ୍ଷ ୯୭ ହଜାର ୨୩୬ ଟଙ୍କା ଓ ସେହିଦିନ ୪ ଲକ୍ଷ ୬୬ ହଜାର ୩୫ ଟଙ୍କା, ୨୦୨୨ ଜାନୁୟାରୀ ୧୪ରେ ୫୪ ହଜାର ୫୬୩ ଟଙ୍କା, ୨୦୨୧ ଡିସେମ୍ବର ୨୦ରେ ୪ ଲକ୍ଷ ୮୫ ହଜାର ୮୪୮ଟଙ୍କା ଓ ମାର୍ଚ୍ଚ ୨୧ରେ ୪ ଲକ୍ଷ ୬୫ ହଜାର ୩୩୨ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି।
୨୦୨୧ ଫେବୃୟାରୀରେ ଅକ୍ଷୟ ସେନାପତିଙ୍କ ନାମରେ ୨ ଲକ୍ଷ ୯୩ ହଜାର ୬୫୧, ସନ୍ଦୀପ ଜେନାଙ୍କ ନାମରେ ୧୨ ଲକ୍ଷ ୩୬ ହଜାର ୩୯୬ ଟଙ୍କା, ୨୦୨୧ ମାର୍ଚ୍ଚ ୧୨ରେ ରଘୁନାଥ ନାୟକଙ୍କ ନାମରେ ୨ ଲକ୍ଷ ୧୬ ହଜାର ୨୬୨ ଟଙ୍କା, ୨୦୨୧ ଡିସେମ୍ବର ୨୨ରେ ସତ୍ୟଭାମା ପ୍ରଧାନଙ୍କ ନାମରେ ୩ ଲକ୍ଷ ୫୩ ହଜାର ୭୫୨ ଟଙ୍କା, ୨୦୨୨ ଜାନୁୟାରୀ ୭ରେ ବିଷ୍ଣୁଚରଣ ସାମଲଙ୍କ ନାମରେ ୨ ଲକ୍ଷ ୯୩ ହଜାର ୩୯୦ ଟଙ୍କା ଏବଂ ସେହିଦିନ ଅକ୍ଷୟ ସେନାପତିଙ୍କ ନାମରେ ୪ ଲକ୍ଷ ୮୮ ହଜାର ୫୫୧ ଟଙ୍କା, ୨୦୨୨ ମାର୍ଚ୍ଚ ୨୧ରେ ସତ୍ୟଭାମା ପ୍ରଧାନଙ୍କ ନାମରେ ୪ ଲକ୍ଷ ୫୬ ହଜାର ୮୮୮ ଟଙ୍କା ଓ ବିଷ୍ଣୁଚରଣ ସାମଲଙ୍କ ନାମରେ ୪ ଲକ୍ଷ ୭୨ ହଜାର ୧୮୫ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଏହି ରାସ୍ତାର ୫ କିଲୋମିଟର ପାଇଁ ୨୦୨୧ ନଭେମ୍ବର ୮ରେ ଶିବପ୍ରସାଦ ପରିଡ଼ାଙ୍କୁ ଟେଣ୍ଡର ଦିଆଯାଇଛି। ଏଥିରେ ୭ କୋଟି ୧୨ ଲକ୍ଷ ୨୪ ହଜାର ୭୧ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଦର୍ଶାଯାଇଛି। ଏହାର ଅବଧି ୨୦୨୨ ଅଗଷ୍ଟ ୭ରେ ଶେଷ ହୋଇଛି। ମାତ୍ର ଅବଧି ଶେଷ ପରେ ମଧ୍ୟ ଅଦ୍ୟାବଧି ରାସ୍ତା କାମ ସରିନାହିଁ। ପୁନଃର୍ବାର ୧୨ କିଲୋମିଟିର ରାସ୍ତାର ଅବଶିଷ୍ଟାଂଶ କାର୍ଯ୍ୟପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଛି। ଏତେ ପରେ ଏହି ରାସ୍ତାକାମ ପୂର୍ବରୁ ସର୍ଭେ ନାମରେ ୧ ଲକ୍ଷ ୫୩ ହଜାର ୬୧୫ଟଙ୍କା ଖର୍ଚ୍ଚ କରାଯଇଥିବା ଦର୍ଶାଯାଇଛି। ଏଥିସହିତ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବାକୁ ନେଇ ୨୧ଲକ୍ଷ ୩୭ ହଜାର ୬୯୧ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭାଗ ତରଫରୁ ଦର୍ଶାଯାଇଛି। ଏହିଭଳି ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟରେ ସୁଧାର ଆସୁନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ମାଟି କାମ ଥିବାରୁ ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ କାର୍ଯ୍ୟ ଶେଷ କରିବାକୁ ଅଧିକ ସମୟ ଦିଆଯାଇଛି। ଏଥିସହିତ ଅନ୍ୟାନ୍ୟ ଖର୍ଚ୍ଚ ମରାମତି କାର୍ଯ୍ୟରେ ବିନିଯୋଗ କରାଯାଇଥିବା ନେଇ ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର

କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ...

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri