୧ରୁ ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କ ବନ୍ଦ

ଖୋର୍ଦ୍ଧା ଅଫିସ,୩୦।୪: ଖୋର୍ଦ୍ଧା ଜିଲାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କକୁ ଆସନ୍ତା ମେ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ନିଷ୍ପତ୍ତିି ନିଆଯାଇଛି ବୋଲି ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ସମ୍ପାଦକ ସଞ୍ଜୟ ପଟ୍ଟନାୟକ ଗୁରୁବାର ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ସହରରେ ଗୋଟିଏ ଉଦ୍ୟାନ ରହିଛି। ପ୍ରାତଃ ଭ୍ରମଣ ଓ ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ଭିଡ଼ ରହୁଛି। ପରବର୍ତ୍ତୀ ସମୟରେ କୋଭିଡ୍‌ ସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ସମ୍ପାଦକ ପଟ୍ଟନାୟକ କହିଛନ୍ତି।

Share