ଜନତା କର୍ଫ୍ୟୁକୁ ଆଜି ପୂରିଲା ବର୍ଷେ: ଏମିତି ଥାଳି ବଜାଇଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: କରୋନା ସଂକ୍ରମଣ ଏବେ ଦେଶରେ ପୁଣି ବଢ଼ିବାରେ ଲାଗିଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ୍‌ ଜାରି କରିଥିଲେ। ଲକ୍‌ଡାଉନ୍‌ର ଗୋଟିଏ ଦିନରୁ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୨ ଆଜିର ଦିନରେ ଜନତା କର୍ଫ୍ୟୁର ଘୋଷଣା କରିଥିଲେ। କରୋନା ଯୋଦ୍ଧାଙ୍କୁ ସହଯୋଗ କରିବା ଏବଂ ସମ୍ମାନ ଜଣାଇବା ପାଇଁ ଏହି କର୍ଫ୍ୟୁ ସେଦିନ ଅପରାହ୍ନ ୫ଟାରେ ନିଜ ନିଜ ଘର ବାଲକୋନିରେ ଠିଆହୋଇ ତାଳି ଏବଂ ଥାଳି ବଜାଇବାକୁ ମୋଦି ନିବେଦନ କରିଥିଲେ।

ଏହି ଜନତା କର୍ଫ୍ୟୁରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ। ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ପରିବାର ସହ ଛାତରେ ଠିଆ ହୋଇ ତାଳି ଏବଂ ଥାଳି ବଜାଇଥିବା ବେଳେ ଅକ୍ଷୟ କୁମାର, ଶାହାରୁଖ ଖାନ୍‌, ଦୀପିକା ପାଦୁକୋନ, ବିପାଶ ବସୁ, ଆୟୁଷ୍ମାନ ଖୁରାନା, ବିକି କୌଶଲ, ବରୁଣ ଧାଓ୍ବନ, ସୁସ୍ମିତା ସେନ୍‌ଙ୍କ ପରି ଅଭିନେତ୍ରୀ/ଅଭିନେତା ତାଳି ବଜାଇ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ।

Share