Categories: ଜାତୀୟ

ଜନଧନ ଯୋଜନାରେ ୪୫ କୋଟି ହୋଇଛନ୍ତି ଉପକୃତ…

ହାଇଦ୍ରାବାଦ, ୨।୭ : ତେଲେଙ୍ଗାନାର ହାଇଦ୍ରାବାଦରେ ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଶନିବାରଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକାରିଣୀର ପ୍ରଥମ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଧନଜନ ଯୋଜନାରେ ୪୫ କୋଟି ଲୋକ ଉପକୃତ ହୋଇଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ସେହିପରି କରୋନା ମହାମାରୀ ସଙ୍କଟରୁ ଲୋକଙ୍କ ସୁରକ୍ଷା ଦେବାକୁ ଯାଇ ଗତ ୨୫ ମାସ ଧରି ଦେଶରେ ଗରିବ ଲୋକଙ୍କୁ ମାଗଣା ରାଶନ ଯୋଗାଣ ଜାରି ରହିଛି। ଏହା ଦ୍ୱାରା ୮୦ କୋଟି ଲୋକଙ୍କ ଖାଦ୍ୟ ଅଭାବ ପୂରଣ ହୋଇ ପାରିଛି ବୋଲି ନଡ୍ଡା କହିଛନ୍ତି। ଲୋକ ବିକାଶ ଯୋଜନା ସହିତ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି।

Share