ଚିନ୍ତା କରୁଛନ୍ତି ଜାହ୍ନବୀ

ଜାହ୍ନବୀ କପୁର ଏବେ ଏକ କଥାକୁ ନେଇ ବେଶ୍‌ ଚିନ୍ତିତ। କେମିତି ବା ଚିନ୍ତା କରିବେ ନାହିଁ କହୁନାହାନ୍ତି ? ଅସଲ କଥା ହେଲା ଖୁବ୍‌ ଶୀଘ୍ର ସେ ନୂଆ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ଆପଣ ଭାବୁଛନ୍ତି କି ସେ ଘର ସଂସାର କରିବେ ? ନା, ସେଭଳି କିଛି ସୂଚନା ଏଯାଏଁ ଦେଇନାହାନ୍ତି। ହେଲେ ଓ୍ବେବ୍‌ ଦୁନିଆରେ ପାଦ ଦେବାକୁ ସେ ଚିନ୍ତା କରୁଛନ୍ତି। ନିଜର ଏଭଳି ନୂଆ ଆଭିମୁଖ୍ୟ ବିଷୟରେ ଶ୍ରୀଦେବୀ ତନୟା କହନ୍ତି, ‘ପ୍ରଥମେ ଓ୍ବେବ୍‌ ସିରିଜ୍‌ରେ ଆକ୍ଟିଂ କରିବାକୁ ଆଗ୍ରହ ନ ଥିଲା। ହେଲେ ଥଣ୍ଡା ମିଜାସରେ ଚିନ୍ତା କରିବା ଭାବିଲି ଏହା ହେଉଛି ଏପରି ଏକ ମାଧ୍ୟମ, ଯାହାଦ୍ୱାରା ଜଣେ ଦର୍ଶକଙ୍କର ନିକଟତର ହୋଇପାରିବ। ଏବେ ଡିଜିଟାଲ ପ୍ଲାଟଫର୍ମର ଚାହିଦା ବେଶ୍‌ ରହିଛି। ତେଣୁ ଏହି ଦୁନିଆରେ ପାଦ ରଖିବାକୁ ଯୋଜନା କରୁଛି।’ ଜାହ୍ନବୀଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଧଡକ’ରୁ। ଚଳିତ ବର୍ଷ ଅକ୍ଟୋବର ୬ରେ ତାଙ୍କ ଅଭିନୀତ ‘ବଓ୍ବାଲ୍‌’ ରିଲିଜ ହେବ। ଏହାର ସଫଳତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ସେ। ଅନ୍ୟପକ୍ଷରେ ଓ୍ବେବ୍‌ ସିରିଜ୍‌ ଜାହ୍ନବୀଙ୍କ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ଦେଖିବାକୁ ବାକି ରହିଲା।

Share