ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ। ଜାହ୍ନବୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଶିଖର ପହାଡିଆଙ୍କ ସହ ଦେଖିବାକୁ ମିଳିଥିଲା ଭାଇରାଲ ଭିଡିଓରେ ଜାହ୍ନବୀ ଏକ ଗୋଲାପୀ ରଙ୍ଗର ଶୁଟ୍‌ ପିନ୍ଧି ରେଷ୍ଟୁରାଣ୍ଟରୁ ବାହାରକୁ ଯାଉଥିବାର ନଜର ଆସିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫରଙ୍କୁ ଦେଖି ହସୁଥିଲେ। ପରେ ଯାଇ କାରରେ ବସିଥିଲେ, ଯେଉଁଠାରେ ତାଙ୍କ ପୂର୍ବତନ ପ୍ରେମିକ ଶିଖର ଡ୍ରାଇଭିଂ ସିଟରେ ବସିଥିବାର ନଜର ଆସିଛନ୍ତି। ଅଭିନେତ୍ରୀ ଫଟୋଗ୍ରାଫରଙ୍କୁ କୌଣସି ପୋଜ ଦେଇ ନ ଥିଲେ କିନ୍ତୁ ଯେତେବେଳେ ସେ ଜାହ୍ନବୀଙ୍କୁ ନାଁ ଧରି ଡାକିଲେ ସେ ହସିଲେ। ସେ ସିଧା ଯାଇ କାର୍‌ରେ ବସିଥିଲେ। ଏବେ ଏହି ଚର୍ଚ୍ଚା ବେଶ୍‌ ଜୋର୍‌ ଧରିଛି।

Share