ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। କାରଣ ନିକଟରେ ସେ ସାଇନ୍‌ କରିଥିବା ଏକ ଅନଟାଇଟଲଡ୍‌ ଫିଲ୍ମର କେତୋଟି ସିନ୍‌ରେ ବୋଲଡ୍‌ ଶଟ୍‌ ଅଛି। ଆଉ ଜାହ୍ନବୀ କାଳେ ତାକୁ ନେଇ ଟେନ୍‌ସନ୍‌ରେ ଅଛନ୍ତି। ଏ ସମ୍ପର୍କରେ ଜାହ୍ନବୀ କହନ୍ତି, ‘ମୋର ଏଭଳି ସିନ୍‌କୁ ନେଇ କାହିଁକି ଏତେ ଆଲୋଚନା ହେଉଛି ତାହା ମୁଁ ଜାଣିପାରୁନାହିଁ। ଏଭଳି ଶଟ୍‌ ବିଷୟରେ ଜାଣିବା ପରେ ଫାଇନାଲ୍‌ ନିଷ୍ପତ୍ତି ନେବା ଲାଗି ମୁଁ ପ୍ରଯୋଜନା ସଂସ୍ଥାକୁ ସମୟ ମାଗିଥିଲି। ଆଉ ସେମାନେ ମୋତେ ପାଖାପାଖି ଦୁଇ ସପ୍ତାହର ସମୟ ଦେଇଛନ୍ତି। ତେଣୁ ଏବେଠାରୁ ତରବର ହୋଇ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। ଏଥିରେ ମୋତେ ଏକ ଚ୍ୟାଲେଞ୍ଜିଂ ଭୂମିକାଟିଏ ମିଳିଛି। ଆଉ ସେଭଳି ରୋଲ୍‌କୁ ନେଇ ମୁଁ ବେଶ୍‌ ଆଶାବାଦୀ ମଧ୍ୟ ଅଛି।’ ତେବେ ଏଭଳି ଶଟ୍‌ ବିଷୟରେ ଜାହ୍ନବୀ କି ନିଷ୍ପତ୍ତି ନେଉଛନ୍ତି ତାହା ଜାଣିବାକୁ ବାକି ରହିଲା।

Share