ଜାହ୍ନବୀଙ୍କ ମୁଭିକୁ ମିଳିଲା ରିଲିଜ ଡେଟ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ ଜାହ୍ନବୀ କପୁର ଓ ରାଜକୁମାର ରାଓ ଖୁବଶୀଘ୍ର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ହରର କମେଡି ଥ୍ରିଲର ମୁଭି ରୁହି ପରେ ଏହା ଦ୍ୱିତୀୟ ମୁଭି ଯେଉଁଥିରେ ଜାହ୍ନବୀ-ରାଜକୁମାର ଏକାଠି ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶରଣ ଶର୍ମା ଓ ଏହା ଏକ ସ୍ପୋର୍ଟସ ଡ୍ରାମା ଫିଲ୍ମ। ଏହାର ଶୁଟିଂ ୨୦୨୨ରେ ଆରମ୍ଭ ହୋଇଥିବା ବେଳେ ଏବେ ଏହାର ଶୁଟିଂ ଶେଷ ହେବ ବୋଲି କୁହାଯାଉଛି। ଏବେ ଏହି ମୁଭିକୁ ନେଇ ଖୁସି ଖବର ହେଉଛି ଯେ ଏହାକୁ ଏବେ ରିଲିଜ ଡେଟ ମିଳିଯାଇଛି।
ସୂଚନାଯୋଗ୍ୟ, କରଣ ଜୋହରଙ୍କ ପ୍ରଡକଶନ ହାଉସ ଧର୍ମା ପ୍ରଡକଶନ ଏହି ଫିଲ୍ମ ନିର୍ମାଣ କରଛି। ନିକଟରେ ମେକର୍ସ ଏହାର ରିଲିଜ ଡେଟ ଘୋଷଣା କରିଛନ୍ତି। ଏବେ ଏହି ଖବରକୁ ଶେୟାର କରି କ୍ୟାପଶନରେ ଲେଖାଯାଇଛି କି ‘ଏକ ସପନା, ଜିସକା ପିଛା ଦୋ ଦିଲ କର ରହେ ହୈ! ଶରଣ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ, ରାଜକୁମାର ରାଓ ଓ ଜାହ୍ନବୀ କପୁର ଷ୍ଟାରର- ‘ମିଷ୍ଟର ଆଣ୍ଡ ମିସେସ ମାହି’ ୨୦୨୪ରେ ଆପଣଙ୍କ ନିକଟତମ ସିନେମା ହଲରେ ଆସୁଛି। ତେବେ ମାର୍ଚ୍ଚ ୧୫, ୨୦୨୪ରେ ଏହା ରିଲିଜ ହେବ ବୋଲି ଘୋଷଣା କରାଯାଇଛି। ଏହାର ଅଫିସିୟାଲ ଟିଜର ଖୁବଶୀଘ୍ର ସୋସିଆଲ ମିଡିଆରେ ରିଲିଜ କରାଯିବ।

Share