ଜୁହୁରେ ଘର କିଣିଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ମୁମ୍ବାଇ ଜୁହୁରେ ଏକ ନୂଆ ଘର କିଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୩୯ କୋଟି ଟଙ୍କା। ଅଭିନେତ୍ରୀ ଶ୍ରୀଦେବୀ ଏବଂ ପ୍ରଯୋଜକ ବୋନୀ କପୁରଙ୍କର ଅଲିଅଲୀ ଜାହ୍ନବୀ। ବର୍ତ୍ତମାନ ପର୍ଯ୍ୟନ୍ତ ସେ କେବଳ ୨ଟି ଫିଲ୍ମ ଏବଂ ଗୋଟିଏ ଶର୍ଟ ଫିଲ୍ମରେ କାମ କରିଛନ୍ତି। ଘରର ଏହି ଡିଲ୍‌ ୭ ଡିସେମ୍ବରରେ କରାଯାଇଥିଲା। ଏହା ୩,୪୫୬ ବର୍ଗ ଫୁଟ ବିଶିଷ୍ଟ ଘର।
ଜାହ୍ନବୀ ୨୦୧୮ରେ ଫିଲ୍ମ ‘ଧଡକ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

Share