ଜାହ୍ନବୀଙ୍କ ସିକ୍ରେଟ୍‌ ଓ୍ବାର୍କଆଉଟ୍‌

ମୁମ୍ବାଇ: ‘ଗୁଡ୍‌ ଲକ୍‌ ଜେରି’ର ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଏକ୍ସରସାଇଜ ଏବଂ ଡାଏଟ୍‌ ବିଷୟରେ କହିଛନ୍ତି। ଜାହ୍ନବୀ ତାଙ୍କ ଅଭିନୟ ଏବଂ ଫିଟନେସ୍‌ ପାଇଁ ସମସ୍ତ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ସମୟର କିଛି ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

ଏକ ସାକ୍ଷାତକାରରେ ଜାହ୍ନବୀ ତାଙ୍କ ଓ୍ବାର୍କଆଉଟ ରୁଟିନ ଏବଂ ଫିଟ୍‌ନେସ ବିଷୟରେ କହିଛନ୍ତି। ସେ କହିଛନ୍ତି, ପ୍ରତିଦିନ ଯୋଗ କରନ୍ତି। ଆଣ୍ଟି ଗ୍ରାଭିଟି ଚ୍ୟାଲେଞ୍ଜ କରନ୍ତି । ସେ ତାଙ୍କ ବ୍ୟାୟାମକୁ ନେଇ ବହୁତ ଉତ୍ସାହିତ। ସେ ଏହା ମଧ୍ୟ କହିଛନ୍ତି ଯେ, ୨ ମାସରୁ ସେ ଷ୍ଟ୍ରିକ୍ଟ ଡାଏଟ୍‌ରେ ଅଛନ୍ତି।

ଜାହ୍ନବୀ ୨୦୧୮ରେ ଫିଲ୍ମ ‘ଧଡ଼କ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କର ବର୍ତ୍ତମାନ ଫିଲ୍ମ ‘ଗୁଡ୍‌ ଲକ୍‌ ଜେରି’ମୁକ୍ତିଲାଭ କରିଛି। ଏହା ନୟନତାରାଙ୍କ ଫିଲ୍ମ ‘କୋଲମାବୁ କୋକିଲା’ର ରିମେକ୍‌ ଅଟେ। ଏହା ବ୍ୟତୀତ ସେ ବରୁଣ ଧାଓ୍ବନଙ୍କ ସହ ‘ବବାଲ’ରେ ନଜର ଆସିବେ। ଏବେ ସେ ଏହି ଫିଲ୍ମର ଶୁଟିଂ କରୁଛନ୍ତି।

Share