ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଜାହ୍ନବୀ

ବମ୍ବେ: ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ନିକଟରେ ସେ କହିଥିବା ଏଭଳି କିଛି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୮ରେ ‘ଧଡକ’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଜାହ୍ନବୀ। ସେବେଠାରୁ ସେ ଦିନକୁ ଦିନ ଅଭିନୟରେ ନିଜକୁ ପ୍ରମାଣିତ କରି ଆସୁଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଗୁଡ୍‌ ଲକ୍‌ ଜେରି’ ରିଲିଜ ହୋଇଛି। ଏହାକୁ ନେଇ ଏକ ସାକ୍ଷାତକାରରେ ଜାହ୍ନବୀ ବଡ ବୟାନ ଦେଇଛନ୍ତି।

ଜାହ୍ନବୀ କହିଛନ୍ତି, ଶାହାରୁଖ ଖାଁ, ସଲମାନ ଖାଁ ଏବଂ ଆମିର ଖାଁ ବଲିଉଡର ବଡ କଳାକାର। ସମସ୍ତେ ତାଙ୍କ ସହ କାମ କରିବାକୁ ଚାହାନ୍ତି। ହେଲେ ସେ ଯଦି ସେମାନଙ୍କ ନାୟିକା ହୁଅନ୍ତି ଅଜବ ଲାଗିବ। କାରଣ ବୟସ ଦୃଷ୍ଟିରୁ ସମସ୍ତେ ତାଙ୍କଠାରୁ ଢ଼େର ବଡ଼।

ଏବେ ଜାହ୍ନବୀ ୨୫ ବର୍ଷର ହୋଇଥିବା ବେଳେ ତିନି ଖାଁଙ୍କୁ ୫୫ ବର୍ଷରୁ ଅଧିକ ବୟସ। ଏଣୁ ସେ ବଡ଼ ପରଦାରେ ବରୁଣ ଧାଓ୍ବନ, ରଣବୀର କପୁରଙ୍କ ସହ କାମ କଲେ ଭଲ ଲାଗିବ ବୋଲି ସେ କହିଛନ୍ତି।

କହିରଖୁଛୁ, ଜାହ୍ନବୀଙ୍କ ଫିଲ୍ମ ‘ଗୁଡ୍‌ ଲକ୍‌ ଜେରି’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଏହାକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ବିହାରର ସିଧାସାଧା ଝିଅର ଭୂମିକାକୁ ପ୍ରଶଂସା କରାଯାଉଛି। ଆଗାମୀ ଦିନରେ ସେ ନିତେଶ ତିଓ୍ବାରୀଙ୍କ ଫିଲ୍ମ ‘ବବାଲ୍‌’ରେ ନଜର ଆସିବେ। ଏଥିରେ ତାଙ୍କ ସହ ବରୁଣ ଅଛନ୍ତି। ଏହାଛଡ଼ା ସେ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି , ମିଲି ଏବଂ ତଖ୍‌ତରେ ନଜର ଆସିବେ।

Share