ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଭିନ୍ନ ଢଙ୍ଗରେ ମନେ ପକାଇଛନ୍ତି । ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ କରି ପ୍ରଶଂସକ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ଏହି ଅବସରରେ ଝିଅ ଜାହ୍ନବୀ କପୁର ବି ମା’ଙ୍କୁ ମନେପକାଇ ଖୁବ୍ ଇମୋଶନାଲ ହୋଇଛନ୍ତି । ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟର କରିବା ସହ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖିଛନ୍ତିି । ପିଲା ହୋଇଥିବା ସମୟରେ ଶ୍ରୀଦେବୀ ଜାହ୍ନବୀଙ୍କୁ ଧରିଥିବାର ଏକ ଫଟୋ ଶେୟାର କରି ଜାହ୍ନବୀ ଲେଖିଛନ୍ତି, ମାମ୍ମା ମୁଁ ତୁମକୁ ପ୍ରତି ମୁହୂର୍ତ୍ତରେ ମିସ୍ କରୁଛି । ସୂଚନାଯୋଗ୍ୟ, ଶ୍ରୀଦେବୀଙ୍କୁ ଖୁବ୍ ଭଲପାଉଥିଲେ ଜାହ୍ନବୀ । ସବୁ ମୁହୂର୍ତ୍ତରେ ସେ ତାଙ୍କ ପାଖେ ପାଖେ ଥିଲେ । ହେଲେ ସେ ବଲିଉଡରେ ଡେବ୍ୟୁ କରିବା ବେଳକୁ ଶ୍ରୀଦେବୀ ସବୁଦିନ ପାଇଁ ସମସ୍ତଙ୍କୁ ପର କରି ଚାଲି ଯାଇଥିଲେ ଆର ପାରିକୁ । ଆଜିବି ଝିଅ ଜାହ୍ନବୀ ତାଙ୍କୁ ଝୁରୁଛନ୍ତି ।