ବରୁଣ ଧଓ୍ବାନଙ୍କୁ ଇମ୍ପ୍ରେସ କରିବା ପାଇଁ ଗୀତ ବୋଲୁଥିଲେ ଜାହ୍ମବୀ, ଟ୍ରୋଲ୍‌ କଲେ ୟୁଜର୍ସ

ମୁମ୍ବାଇ: ଜାହ୍ମବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ବବାଲ’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ବରୁଣ ଧଓ୍ବାନଙ୍କ ସହ ନଜର ଆସିବେ ଜାହ୍ମବୀ। ଏହାରି ଭିତରେ ସେ ବବାଲ ଫିଲ୍ମର ଏକ ଗୀତ ଗାଉଥିବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବରୁଣଙ୍କୁ ଇମ୍ପ୍ରେସ କରିବା ପାଇଁ ‘ତୁମ ପ୍ୟାର୍‌ କରନେ ଦେତେ’ ନାମକ ଗୀତ ବୋଲୁଥିବାର ଦେଖାଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଛି। ୟୁଜର୍ସ କମେଣ୍ଟରେ ତାଙ୍କ ଗୀତକୁ ନାପସନ୍ଦ କରି ଟ୍ରୋଲ କରିଛନ୍ତି।

Share