ଆଜି ମଦର୍ସ ଡେ’। ମା’ଙ୍କ ପାଇଁ ଦିନଟିଏ। ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ନିଜ ମା’ଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ଏହି ବିଶେଷ ଦିନରେ ଜାହ୍ନବୀ ମା’ ଶ୍ରୀଦେବୀଙ୍କ ସହିତ ପିଲାଦିନରେ ଏକ ସୁନ୍ଦର ଫଟୋ ଶେୟାର କରି ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି, ତୁମର ଅନୁପସ୍ଥିତିରେ ମଧ୍ୟ ମୁଁ ତୁମର ପ୍ରେମକୁ ପ୍ରତିଦିନ ଅନୁଭବ କରେ। ତୁମେ ଦୁନିଆର ସର୍ବଶ୍ରେଷ୍ଠ ମା’। ମୁଁ ତୁମକୁ ଭଲପାଏ।
ବଲିଉଡର ସୁପରହିଟ ଅଭିନେତ୍ରୀ ଶ୍ରୀଦେବୀ ୨୦୧୮ରେ ଦୁନିଆରୁ ବିଦାୟ ନେଇଥିଲେ। କିନ୍ତୁ ଜାହ୍ନବୀ ବିଶେଷ ଉତ୍ସବରେ ତାଙ୍କ ମା’ ଶ୍ରୀଦେବୀଙ୍କୁ ମନେ ପକାଉଥିବାର ଦେଖାଯାଏ।
ଜାହ୍ନବୀ ୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଧଡକ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ଗୁଞ୍ଜନ ସକ୍ସେନା: ଦି କାରଗିଲ୍ ଗର୍ଲ’ ଏବଂ ‘ରୁହି’ ଫିଲ୍ମରେ ଅଭିନୟ କରିଛନ୍ତି। ଆଗାମୀ ଦିନରେ ଜାହ୍ନବୀଙ୍କୁ ମିଷ୍ଟର ଆଣ୍ଡ୍ ମିସେଜ୍ ମାସି’, ‘ଗୁଡ୍ ଲକ୍ ଜେରୀ’, ‘ମିଲି’ ଏବଂ ‘ବବାଲ’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।
View this post on Instagram