ମନ କିଣୁଛନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଜାହ୍ନବୀ କପୁର ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି ଫଟୋ ୟଙ୍ଗଷ୍ଟରଙ୍କୁ ଦିୱାନା କରୁଛି । ନିକଟରେ ସେ ଏମିତି ଆଉ ଏକ ଫଟୋ ଶେୟାର କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ଲୁ କଲରର ଏକ ଡ୍ରେସରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଆଉ ଏହାକୁ ଦେଖିବା ପରେ ଭିନ୍ନ ଭିନ୍ନ କମେଣ୍ଟସ୍ ଦେଉଛନ୍ତି ତାଙ୍କ ପ୍ରଶଂସକ । ଏଯାବତ୍ ଏହି ଫଟୋକୁ ପାଖାପାଖି ୪ ଲକ୍ଷ ଲାଇକ୍ସ ମିଳି ସାରିଥିବା ବେଳେ ଜଣେ ୟୁଜର ଲେଖିଛନ୍ତି ଫଟୋଟି କିଛି ସେକେଣ୍ଡ ପାଇଁ ମୋ ନିଶ୍ୱାସ ବନ୍ଦ କରି ଦେଇଛି । ଅନ୍ୟ ଜଣେ ୟୁଜର କମେଣ୍ଟ ବକ୍ସରେ ଲେଖିଛନ୍ତି ଫଟୋରୁ ନଜର ହଟାଇ ହେଉନି । ପ୍ରକୃତରେ ଜାହ୍ନବୀଙ୍କ ଫଟୋ ଗୁଡିକ ଏବେ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି । କରୋନା ମହାମାରୀ ପାଇଁ ଏବେ ଭଉଣୀ ଖୁସି ଓ ପିତା ବୋନି କପୁରଙ୍କ ସହ ସେ ଘରେ ସମୟ କାଟୁଥିବା ବେଳେ ଶେଷଥର ପାଇଁ ସେ ‘ଗୁଞ୍ଜନ ସାକ୍ସେନା: ଦ କାରଗିଲ ଗର୍ଲ’ରେ ନଜର ଆସିଥିଲେ । ଆଗକୁ ସେ ଦୋସ୍ତାନା ୨ ଓ ତଖ୍‌ତରେ ନଜର ଆସିବେ ବୋଲି ଜଣାପଡିଛି ।

Share