ମା’ ଶ୍ରୀଦେବୀଙ୍କ ଅଭାବକୁ ଅନୁଭବ କରୁଛନ୍ତି ଜାହ୍ନବୀ: ଯନ୍ତ୍ରଣା ବିଷୟରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ‘ରୋହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଜାହ୍ନବୀଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଜାହ୍ନବୀ ତାଙ୍କ ଜୀବନ ଏବଂ ଆଗାମୀ ଫିଲ୍ମ ବିଷୟରେ ଅନେକ କଥା କହିଥିଲେ।
ଶ୍ରୀଦେବୀଙ୍କ ଝିଅ ଭାବେ ତାଙ୍କର କ’ଣ ଦାୟିତ୍ୱ ରହିଛି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ମୁଁ ମା’ଙ୍କ ଉପରେ ବହୁତ ନିର୍ଭରଶୀଳ ଥିଲି। ସାରା ଦୁନିଆ ଯାହା କହୁ କିନ୍ତୁ ମା’ ଭଲ କହୁଥିଲେ ସେଥିରେ ମୁଁ ସନ୍ତୁଷ୍ଟ ହୋଇଯାଉଥିଲି। କିନ୍ତୁ ଏବେ ସେ ଦ୍ୱନ୍ଦ୍ୱରେ ରହୁଥିବା କହୁଛନ୍ତି। ମା’ଙ୍କ ମତ ମିଳିପାରୁ ନ ଥିବାରୁ ତାଙ୍କୁ ଅନ୍ୟ ୧୦ ଜଣ ଲୋକଙ୍କୁ ପଚାରିବାକୁ ପଡୁଛି। ଆଗରୁ ମୋ ବିଷୟରେ କେବଳ ମା’ ଚିନ୍ତା କରୁଥିଲେ, ମାତ୍ର ଏବେ ମତେ ଚିନ୍ତା କରିବାକୁ ପଡ଼ୁଛି ବୋଲି ଜାହ୍ନବୀ କହିଛନ୍ତି। ମା’ଙ୍କୁ ସେ ସବୁ ସମୟରେ ମନେ ପକାଉଥିବା କହିଛନ୍ତି।

Share