କ୍ରିକେଟ ଖେଳିଲେ ଜାହ୍ନବୀ

ମୁମ୍ବାଇ: ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ ବଲିଉଡ୍‌ରେ ଏଣ୍ଟ୍ରି କରିସାରିଥିବା ବେଳେ ସେ ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ । ବେଳେ ବେଳେ ସେ ତାଙ୍କ ଡେଲି ଲାଇଫର କିଛି ଭିଡିଓ ଓ ଫଟୋ ଶେୟାର କରି ପ୍ରଶଂସକଙ୍କୁ ବୋଧହୁଏ ଅପ୍‌ଡେଟ୍ ରଖିବାକୁ ଚାହାଁନ୍ତି । ନିକଟରେ ଜହ୍ନବୀଙ୍କର ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କେଉଁ ଏକ ଗଳିରେ କ୍ରିକେଟ ଖେଳୁଥିବା ଦେଖାଯାଇଛି । ସେଠାରେ ଅନ୍ୟମାନେ ବି କ୍ରିକେଟ ଖେଳୁଛନ୍ତି । ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଜାହ୍ନବୀ । ଏହି ଭିଡିଓରେ ଜାହ୍ନବୀ ପଟିଆଲା ଶାଲୱାର ଓ ଜ୍ୟାକେଟ ପିନ୍ଧି ବ୍ୟାଟିଂ କରୁଥିବା ଦେଖାଯାଇଛି । ଶୁଣିବାକୁ ମିଳିଛି କି ଫିଲ୍ମ ସେଟ୍‌ରେ ବ୍ରେକ୍ ଟାଇମରେ ସେହିଠାରେ ହିଁ ସେ କ୍ରିକେଟ ଖେଳୁଛନ୍ତି । ସେଠାରେ ସେ ‘ଗୁଡ ଲକ ଜେରି’ର ଶୁଟିଂ କରିଛନ୍ତି । ସଟ୍ ମାରିବା ପରେ ଖୁସି ହୋଇଥିବା ଜାହ୍ନବୀଙ୍କ ଏହି ଅନ୍ଦାଜ ତାଙ୍କ ପଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

Share