ସତ ହେଉଛି ଶ୍ରୀଦେବୀଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଡ ଲକ ଜେରୀ’ । ଦର୍ଶକଙ୍କ ପକ୍ଷରୁ ଏହାକୁ ପଜିଟିଭ ରେସପନ୍ସ ମିଳୁଛି । ଏବେ ତାଙ୍କ ପ୍ରଶଂସକ ଜାହ୍ନବୀଙ୍କ ଅଭିନୀତ ଅପକମିଂ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ଏହାରି ଭିତରେ ଜାହ୍ନବୀ ଦେଇଥିବା ଏକ ବୟାନ ଯୋଗୁ ଆସିଯାଇଛନ୍ତି ଚର୍ଚ୍ଚାକୁ । ବୟାନ ହେଉଛି କେମିତି ତାଙ୍କ ମା’ ତଥା ବଲିଉଡ୍‌ର ଆଗଧାଡିର ନାୟିକା ଶ୍ରୀଦେବୀ ଜାହ୍ନବୀଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ, ଯାହା ଏବେ ସତ ହେଉଛି । ମାଆଙ୍କ ଭବିଷ୍ୟବାଣୀ ତାଙ୍କୁ କ୍ୟାରିୟରରେ ସଫଳ କରିବାକୁ ଯେମିତି ଚାପ ପକାଉଛି ।
ଜାହ୍ନବୀ କହିଛନ୍ତି, ମାଆ ମୋତେ କହିଥିଲେ , ତୁ ଭୁଲି ଯାଉଛୁ, ତୋତେ ବହୁତ ଆଘାତ ଲାଗୁଛି । ବଲିଉଡ ଇଣ୍ଡଷ୍ଟ୍ରିରେ ବଞ୍ଚିବାକୁ ହେଲେ ତୋତେ ଭିନ୍ନ ଭାବେ କଠୋର ହେବାକୁ ପଡିବ । ଆଉ ମୁଁ ଚାହୁଁନି ତୁ ସେମିତି ଜୀବନ ବଞ୍ଚିବାକୁ । ମା’ ମୋ ପାଇଁ ପ୍ରୋଟେକଟିଭ ଥିଲେ । ସେ କହୁଥିଲେ ଦର୍ଶକେ ମୋର ୩୦୦ ଫିଲ୍ମର ତୁଳନା ତୋର ପ୍ରଥମ ଫିଲ୍ମ ସହ କରିବେ । ତୁ କେମିତି ଆଗକୁ ବଢିବୁ? ମୁଁ ଜାଣିଥିଲି ଏହା ବହୁତ କଠିନ ରାସ୍ତା । ଆଉ ଏହାବି ମୁଁ ଜାଣିଥିଲି ଯଦି ମୁଁ ଏହା ନ କରିବି ତେବେ ମୁ ଜୀବନ ସାରା ଦୁଃଖି ରହିଯିବି ।
ଏହାପରେ ଜାହ୍ନବୀଙ୍କୁ ପ୍ରଶ୍ନ କରାଯାଇଛି କି, ସତରେ କ’ଣ ଲାକେ ଶ୍ରୀଦେବୀଙ୍କ ୩୦୦ଫିଲ୍ମ ସହ ତାଙ୍କ ଫିଲ୍ମର ତୁଳନା କରିଛନ୍ତି । ଉତ୍ତରରେ ଜାହ୍ନବୀ କହିଛନ୍ତି ହଁ, ମୋର ପ୍ରଥମ ୪ଟି ଫିଲ୍ମକୁ ମାଆଙ୍କର ୩୦୦ ଫିଲ୍ମ ସହ ତୁଳନା କରାଯାଇଛି । ହେଲେ ମୁଁ ଏମିତି ହାରିବା ଜାଣିନି । ଯେମିତି ହେଉ ମାଆଙ୍କ ନାଁ ରଖିବି ବାଲି କହିଛନ୍ତି ଜାହ୍ନବୀ ।

Share