ଜୁନିୟର ଏନଟିଆରଙ୍କ ସହ ସାଉଥ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବୀ କପୁର ଏବେ ତାଙ୍କ ଫିଲ୍ମ ‘ଗୁଡ ଲକ ଜେରି’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ପାଇଁ ସେ ଖୁବ୍ ମେହନତ ବି କରୁଛନ୍ତି । ଏହି ଫିଲ୍ମରେ ସେ ଏକ ବିହାରି ଝିଅ ଭୂମିକାରେ ନଜର ଆସିବେ । ଏଥିପାଇଁ ସେ ଖୁବ୍ ପରିଶ୍ରମ କରିଛନ୍ତି । ଫିଲ୍ମର ପ୍ରମୋଶନ ବି ଜାହ୍ନବୀ ଖୁବ୍ କରିଛନ୍ତି । ହେଲେ ଏହାରି ଭିତରେ ଆଉ ଗୋଟିଏ କଥା ଚର୍ଚ୍ଚାକୁ ଆସିଛି । ଶୁଣିବାକୁ ମିଳିଛି କି ଜାହ୍ନବୀ ଖୁବଶୀଘ୍ର ସାଇଥ୍ ଇଣ୍ଡଷ୍ଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାହା ପୁଣି ଜୁନିୟର ଏନଟିଆରଙ୍କ ସହ ।
ନିକଟରେ ଏକ ସାକ୍ଷାତକାରରେ ଜାହ୍ନବୀ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୋର ଏବେ ସାଇଥ୍‌ରେ କିଛି ଫିଲ୍ମ କରିବାର ନାହିଁ । ଯଦି ଜୁନିୟର ଏନଟିଆରଙ୍କ ସହ କିଛି ଅଭିନୟ କରିବାର ସୁଯୋଗ ମିଳେ ତେବେ ମୁଁ ଏହାକୁ ମନା କରିବି ନାହିଁ । କାରଣ ସେ ହେଉଛନ୍ତି ଜଣେ ଲିଜେଣ୍ଡ । ଏହାସହ ମୁଁ ଅପେକ୍ଷା ରଖିଛି ସାଉଥ୍‌ର ନିର୍ଦ୍ଦେଶକ ମୋତେ କେବେ ଫିଲ୍ମ ଅଫର କରୁଛନ୍ତି ।
ଏହାପରେ ଦର୍ଶକେ ବିଶେଷ କରି ଜାହ୍ନବୀଙ୍କ ପ୍ରଶଂସକଙ୍କୁ ତାଙ୍କ ସାଉଥ୍ ଡେବ୍ୟୁକୁ ନେଇ ସ୍ପଷ୍ଟ ସୂଚନା ମିଳିଛି । ଏବେ ଜାହ୍ନବୀଙ୍କ ହାତରେ କୌଣସି ସାଉଥ୍ ଅଫର ନାହିଁ ବା ସେ କିଛି ସାଉଥ୍ ଫିଲ୍ମରେ କାମ କରୁ ନାହାନ୍ତି ।

Share