ଭାଇରାଲ ହେଉଛି ଜାହ୍ନବୀଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍ ଡିଭା ତଥା ହିନ୍ଦୀ ଫିଲ୍ମର ପ୍ରଥମ ନାୟିକା ସୁପରଷ୍ଟାର କୁହାଯାଉଥିବା ଶ୍ରୀଦେବୀ ଆମ ଗହଣରେ ନାହାନ୍ତି ସତ । ହେଲେ ତଙ୍କ ଅଭିନୟ ଓ ଡ୍ୟାନ୍ସ ଆଜିବି ଜୀବିତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ । ଆଉ ଏବେ ଶ୍ରୀଦବିଙ୍କ ଲଳନା ଜାହ୍ନବୀ କପୁର ବଲିଉଡ୍ ଦୁନିଆରେ ପାଦ ଦେଇ ସାରିଥିବା ବେଳେ ମାଆଙ୍କ ଅଭିନୟ ଓ ଡ୍ୟାନ୍ସକୁ ନିଜ ମାଧ୍ୟମରେ ହୁଏତ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏକ ଭିଡିଓ ଏବେ ଭାଇରାଲ ହେଉଛି । ଉକ୍ତ ଭିଡିଓରେ ଜାହ୍ନବୀ , କରିନା କପୁର ଓ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମ ‘ଅଶୋକା’ର ଗୀତ ‘ସନ ସନ ନନନ’ରେ ବେଲି ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଯାହା ସୋସିଆଲ ମିଡିଆ ୟୁଜର୍ସଙ୍କ ମନକୁ ବେଶ୍ ଛୁଇଁଛି । ଆଉ ଏବେ ଏହି ଡ୍ୟାନ୍ସ ଭିଡିଓଟି ଭାଇରାଲ ହେବାରେ ଲାଗିଛି । କିଛିଦିନ ପୂର୍ବରୁ ସେ ଏହା ଡ୍ୟାନ୍ସ କ୍ଲାସରେ ପ୍ରାକ୍ଟିସ କରୁଥିବା ଏକ ଭିଡିଓ ବୋଲି କୁହାଯାଉଛି । ହେଲେ ମାଆଙ୍କ ଭଳି ସେ ଯେ ଡ୍ୟାନ୍ସରେ ଦର୍ଶକଙ୍କ ହୃଦୟ ଜିତି ପାରନ୍ତି ତାହା ପ୍ରମାଣ କରିଛି ଏହି ଭିଡିଓ । ଆଉ ଭିଡିଓଟି ଦେଖିବା ପରେ ଲାଗୁଛି ବିଗତ ଦିନକୁ ହୁଏତ ମନେପକାଉଛନ୍ତି ଜାହ୍ନବୀ । ଏବେ ଜାହ୍ନବୀ ପଞ୍ଜାବରେ ତାଙ୍କ ଅପ୍ କମିଂ ଫିଲ୍ମ ‘ଗୁଡ ଲକ ଜେରି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କିଛିଦିନ ହେବ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଥିଲେ ଚର୍ଚ୍ଚାରେ । ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଗୋଆ ଭ୍ୟାକେଶନରେ ନଜର ଆସିଥିଲେ । ଆଉ ଏମାନଙ୍କ ଯୋଡିକୁ ଦେଖି ଗସିପ୍ ବି ଆରମ୍ଭ ହୋଇଯାଇଛି । ଏମାନେ ଦୁହେଁ ଫିଲ୍ମ ‘ଦୋସ୍ତାନା ୨’ରେ ନଜର ଆସିବେ । ଆହୁରି ମଧ୍ୟ ଶୁଣିବାକୁ ମିଳିଥିଲା କି ଜାହ୍ନବି ଜୁହୁରେ ଏକ ୩ ମହଲା ଘର ୩୯ କୋଟି ଟଙ୍କାରେ କ୍ରୟ କରିଛନ୍ତି ।

Share