ପ୍ରକୃତି କୋଳରେ ସମୟ କାଟିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁର ବୁଲାବୁଲି କରିବାକୁ ବେଶ୍ ପସନ୍ଦ କରନ୍ତି । ଟିକେ ସମୟ ମିଳିଲେ ସେ କୁଆଡେ ନା କୁଆଡେ ବୁଲିବାକୁ ବାହାରି ପଡନ୍ତି । ଏଥର ୱିକଏଣ୍ଡରେ ଜାହ୍ନବୀ ସାଙ୍ଗମାନଙ୍କ ସହ ଏକାଠି ଜଙ୍ଗଲ ଭିତରେ ବୁଲୁଥିବା ଦେଖାଯାଇଛି । ଏହାର କିଛି ଫଟୋ ସେ ଇନଷ୍ଟାଗ୍ରମରେ ଶେୟାର କରିବା ପରେ ଏହା ଜଣାପଡିଛି । ଏଥିରେ ଜାହ୍ନବୀଙ୍କ ମେକଅପ୍ ଫ୍ରି ଚେହେରା ଖୁବ୍ ପସନ୍ଦ ଆସିଛି ତାଙ୍କ ପ୍ରଶଂସକଙ୍କୁ । କେଉଁଠି ସାଙ୍ଗମାନଙ୍କ ସହ ଜଙ୍ଗଲରେ ବୁଲୁଛନ୍ତି ତ ପୁଣି କେଉଁଠି ପ୍ରକୃତିର କୋଳରେ ବସି ସୁଶୀତଳ ଛାୟା ଓ ଥଣ୍ଡା ପବନର ମଜା ଉଠାଉଛନ୍ତି ନାୟିକା । କୋଳାହଳମୟ ସହରି ପରିବେଶରୁ ଟିକେ ଦୂରେଇଯାଇ ୱିକଏଣ୍ଡର ମଜା ଉଠାଉଛନ୍ତି ଏହି ନାୟିକା ।

Share