ବ୍ୟାକ୍‌ଲେସ୍‌ ପୋଷାକରେ ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଆଗାମୀ ଫିଲ୍ମ‘ରୁହି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା। ଏଥିରେ ଜାହ୍ନବୀ ବରୁଣ ଶର୍ମା ଏବଂ ରାଜକୁମାର ରାଓଙ୍କ ସହ ସ୍କ୍ରିନ୍‌ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଏବେ ସେ ନିଜ ଫିଲ୍ମର ପ୍ରମୋଶନ କରୁଥିବା ବେଳେ ମୁମ୍ବାଇ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହି ଅବସରରେ ଜାହ୍ନବୀ ରୂପେଲି ରଙ୍ଗର ଏବଂ ବ୍ୟାକ୍‌ଲେସ୍‌ ଟପ୍‌ ସାଙ୍ଗକୁ ଗୋଲାପୀ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାହ୍ନବୀ ଓଭରଅଲ୍‌ ଲୁକ୍‌ରେ ବହୁତ ଗ୍ଲାମର ଦେଖାଯାଉଛନ୍ତି। ଏହି ଫଟୋକୁ ଦେଖିବା ପରେ ଜାହ୍ନବୀଙ୍କ ପ୍ରଶଂସକମାନେ ତାଙ୍କୁ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି।

Share