ଶୁଟିଂ ଆରମ୍ଭ କଲେ ଜାହ୍ନବୀ

ମୁମ୍ବାଇ: ୨୦୧୮ରେ ରିଲିଜ୍ ହୋଇଥିବା ‘ଧଡକ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ବଲିଉଡ୍‌ର ଜଣେ ପରିଚିତ ଚେହେରା । ଗତବର୍ଷ ନେଟପ୍ଲିକ୍ସରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା: ଦ କାରଗିଲ ଗର୍ଲ’ ହିଟ୍ ସାବ୍ୟସ୍ତ ହୋଇଥିବା ବେଳେ ଦର୍ଶକେ ଜାହ୍ନବୀଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ । ଏବେ ଜାହ୍ନବୀ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରିଥିବା ଜଣାପଡିଛି । ଜାହ୍ନବୀ ସୋମବାର ଇନଷ୍ଟାଗ୍ରାମରେ ଫିଲ୍ମର ଫାଷ୍ଟ ଲୁକ୍ ଶେୟାର୍ କରିଛନ୍ତି । ସଲୱାର ଶୁଟ୍ ପିନ୍ଧି ସେ ପଞ୍ଜାବର କେଉଁ ଏକ ଗଳିରେ ବୁଲୁଥିବା ଦେଖାଯାଇଛି । ଟ୍ରେଡ୍ ଆନାଲିସିଷ୍ଟ ତରଣ ଆଦର୍ଶ ଫିଲ୍ମ ସହ ଜଡିତ ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି, ଆନନ୍ଦ ରାୟଙ୍କ ପ୍ରଡକସନରେ ନଜର ଆସିବେ ଜାହ୍ନବି କପୁର । ଜାହ୍ନବୀ ‘ଗୁଡ ଲକ ଜେରି’ର ଶୁଟିଂ ପଞ୍ଜାବରେ ଆରମ୍ଭ କରି ଦେଇଛନ୍ତି । ଫିଲ୍ମର ପ୍ରଥମ ସେଡ୍ୟୁଲ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହେବ । ସିଦ୍ଧାର୍ଥ ସେନଗୁପ୍ତା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଶୁଭାଷକରଣ ଓ ଆନନ୍ଦ ଏଲ ରୟ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଫିଲ୍ମରେ ଦିପକ ଡୋବ୍ରିୟାଲ, ମିତା ବଶିଷ୍ଠ, ନିରଜ ସୁଦ, ସୁଶାନ୍ତ ସିଂ ଆଦି ନଜର ଆସିବେ ।

Share