ନୂଆ ଗେଟଅପରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ତଥା ନବାଗତା ନାୟିକା ଜାହ୍ନବୀ କପୁର ଆଜିକାଲି ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ଏବେ ଲକ୍ଷେ ଦିଲ କି ଧଡକନ ପାଲଟି ଗଲେଣି । ଦୀପାବଳିରେ ଜାହ୍ନବୀଙ୍କ ଗେଟଅପ୍ ସିମ୍ପଲ ଥିଲେ ବି ଏବେ ରହିଛି ଚର୍ଚ୍ଚାରେ । ଅଭିନେତ୍ରୀ ସବୁଜ ରଙ୍ଗର ଶାଢିରେ ଖୁବ୍ ସୋବର ଲାଗୁଥିବା ବେଳେ ତାଙ୍କ ସ୍ମାଇଲିଂ ଫେସ୍ ଅନେକଙ୍କୁ ଦିୱାନା କରିଛି । ଏଥର ପରିବାର ସହ ଦୀପାବଳି ପାଳନ କରିଛନ୍ତି ଜାହ୍ନବୀ କପୁର । ଭିନ୍ନ ଅନ୍ଦାଜରେ ତାଙ୍କର ଶାଢି ପିନ୍ଧା ଲୁକ୍ସର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ତାଙ୍କ ପ୍ରଶଂସକମାନେ ଫିଦା ହୋଇଛନ୍ତି । ପିତା ବୋନି କପୁର ଓ ଭଉଣୀ ଖୁସି କପୁରଙ୍କ ସହ ମଧ୍ୟ କିଛି ବିଶେଷ ମୁହୂର୍ତ୍ତର ଫଟୋ ଶେୟାର କରିଛନ୍ତି ଜାହ୍ନବୀ । ଏହିସବୁ ଫଟୋରେ ସମସ୍ତେ ଖୁସି ଥିବା ନଜର ଆସିଛି । ହେଲେ ଜାହ୍ନବୀଙ୍କ ଏକ୍ସଟା ଅଡିନାରୀ ଲୁକ୍ସ ଅନେକଙ୍କୁ ଘାଇଲା କରିଛି । ସମୟ କ୍ରମେ ଅଭିନେତ୍ରୀ ତାଙ୍କ ଲୁକ୍ସ, ସ୍ମାଇଲ, ଗେଟଅପ୍‌, ଆପ୍ରୋଚ୍ ସବୁଥିରେ ପରିବର୍ତ୍ତନ ଆଣୁଥିବାରୁ ତାହା ତାଙ୍‌କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି ।

Share