ବାପା ବୋନି କପୁରଙ୍କ ସହ ସ୍କ୍ରିନ ଶେୟାର କରିବେ ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଆଗାମୀ ଫିଲ୍ମ ‘ଗୁଡ ଲକ ଜେରୀ’ର ପ୍ରମୋସଶନରେ ବ୍ୟସ୍ତ ଅଛନ୍ତି। ହେଲେ ଏହାରି ଭିତରେ ଏକ କବର ସାମ୍ନାକୁ ଆସିଛି ଯେ, ଜାହ୍ନବୀ ପ୍ରଥମ ଥର ପାଇଁ ତାଙ୍କ ବାପା ବୋନି କପୁରଙ୍କ ସହ ଫିଲ୍ମ ‘ମିଲି’ରେ ନଜର ଆସିବେ। ଜାହ୍ନବୀ ଏହାର ଶୁଟିଂ ମଧ୍ୟ ଶେଷ କରିଛନ୍ତି। ତେବେ ସେହି ଫିଲ୍ମରେ ବୋନିଙ୍କ ସହିତ ସେ ସ୍କ୍ରିନ ଶେୟାର କରିବେ।

ଏକ ରିପୋର୍ଟ ଅନୁଯାୟୀ, ଉଭୟ ପିତା ଏବଂ ଝିଅ ଏକ ବିଜ୍ଞାପନରେ ଅଭିନେତା ଭାବରେ ସ୍କ୍ରିନ ଶେୟାର କରୁଥିବା ଦେଖାଯିବ। ଖୁବ୍‌ଶୀଘ୍ର ଉଭୟ ଏହି ବିଜ୍ଞାପନ ପାଇଁ ମୁମ୍ବାଇରେ ଶୁଟିଂ ଆରମ୍ଭ କରିବେ । ଏହାକୁ ନେଇ ଉଭୟ ବହୁତ ଉତ୍ସାହିତ ଥିବା ଜଣାପଡିଛି।

Share