Categories: କନ୍ଧମାଳ

ରାଇକିଆରେ ଜନ୍ମାଷ୍ଟମୀ

ରାଇକିଆ,୬ା୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସରସ୍ବତୀ ଶିଶୁ ମନ୍ଦିରରେ ବୁଧବାର ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଶିଶୁମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ। ଜନ୍ମାଷ୍ଟମୀ ପୂଜାର୍ଚ୍ଚନା ସହ ଦହି ହାଣ୍ଡି ଭଙ୍ଗନ, ଭଜନ, ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରା, ଆଦିତ୍ୟ ପାତ୍ରଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ପରିଚାଳନା କରିଥିଲେ।