ଶ୍ରୀକୃଷ୍ଣଙ୍କ ଜନ୍ମ ଜନ୍ମଉତ୍ସବ: ଶ୍ରୀରାଧା ଶ୍ରୀ କୃଷ୍ଣ ବେଶରେ ଛାତ୍ରୀଛାତ୍ର

ପାଟଣା,୨୬।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଓ ତୁରୁମୁଙ୍ଗାସ୍ଥିତ ଶିଶୁ ବିଦ୍ୟାମନ୍ଦିର ସୋମବାର ଶ୍ରୀକୃଷ୍ଣଙ୍କର ଜନ୍ମଉତ୍ସବ ପାଳିତ ହୋଇଯାଇଛି । ତୁରୁମୁଙ୍ଗାରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପାଲାଗାୟକ ତଥା ଶିକ୍ଷାବିତ୍‌ ଉମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ କୂଳମଣି ସାହୁ, ନିର୍ମଳ ଚନ୍ଦ୍ର ସାହୁ, ଧ୍ୟାନ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । ଅଧର୍ମକୁ ନାଶ କରି ଧର୍ମ ସଂସ୍ଥାପନା ଉଦ୍ଦେଶ୍ୟରେ ଯୁଗେଯୁଗେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥାନ୍ତି ବୋଲି ଉପସ୍ଥିତ ଅତିଥିମାନେ କହିବା ସହ ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ଆଲୋକପାତ କରିଥିଲେ। ଛାତ୍ରୀଛାତ୍ରମାନେ ଶ୍ରୀରାଧା ଶ୍ରୀ କୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟ ଉତ୍ତମ କୁମାର ମହାନ୍ତ ଅତିଥି ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Share