ଭାଇରାଲ ହେଉଛି ସୋନାଲଙ୍କ ବିକିନି ପିକ୍‌

ମୁମ୍ବାଇ: ଏବେ ଦେଖାଯାଇଛି ବଲିଉଡ୍ ନାୟିକାମାନେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଅଧିକ ସମୟ ଯୋଡି ହୋଇ ରହୁଛନ୍ତି । ନିଜର ଗ୍ଲାମରସ୍ ଫଟୋ ଶେୟାର କରି ପ୍ରଶଂସକଙ୍କ ଦିଲ୍ ଖୁସ୍ କରି ଦେଉଛନ୍ତି । ଏବେ କେତେଜଣ ନାୟିକାଙ୍କ ବିକିନି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦିଶା ପାଟନି, ଅନନ୍ୟା ପାଣ୍ଡେ, ଅବିକା ଗୌର, ମଲାଇକା ଆରୋରାଙ୍କ ପରେ ଏବେ ସାମ୍ନାକୁ ଆସିଛି ଜନ୍ନତ ଗର୍ଲ ସୋନାଲ ଚୌହାନଙ୍କ ବିକିନି ଫଟୋ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସୋନାଲ ଏବେ ଗୋଆରେ ଛୁଟି କାଟୁଛନ୍ତି । ଆଉ ସେହିଠାରେ ବିଚ୍‌ରେ ହିଁ ସେ ଯେଉଁ ଫଟୋ ଶୁଟ୍ କରିଛନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ଦିୱାନା କରିଛି । ଜନ୍ନତ ଫିଲ୍ମରେ ଇମରାନ ହାସମିଙ୍କ ସହ ରୋମାନ୍ସ କରିବା ପରେ ବେଶ କିଛିଦିନ ହେବ ବଡ ପରଦାରୁ ଦୂରରେ ଥିଲେ ସୋନାଲ । ହେଲେ ସୋସିଆଲ ମିଡିଆରେ ସେ ଖୁବ୍ ଆକ୍ଟିଭ । ପିଙ୍କ ଓ ହ୍ୱାଇଟ କଲର ବିକିନିରେ ସେ ମନ କିଣିଛନ୍ତି ଦର୍ଶକଙ୍କର । ତାଙ୍କର ଏହି ବୋଲ୍ଡ ଅନ୍ଦାଜକୁ ଦେଖି ପ୍ରଶଂସକ ବି ବହୁ କମେଣ୍ଟ ଦେଇ ଚାଲିଛନ୍ତି । ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ସୋନାଲ ଏପର୍ଯ୍ୟନ୍ତ ବଡ ପରଦାରେ ସେତେ ସଫଳ ହୋଇ ନ ଥିଲେ ବି ସୋସିଆଲ ମିଡିଆ ମାଧ୍ୟମରେ ସେ ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାଆନ୍ତି ।

Share