ଖତ୍‌ରୋ କେଁ ଖିଲାଡି ଟ୍ରଫିରୁ ବଞ୍ଚିତ ହେଲେ ଜନ୍ନତ୍‌

ମୁମ୍ବାଇ: ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ମଧ୍ୟ ଟ୍ରଫିରୁ ବଞ୍ଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜନ୍ନତ ଜୁବୈର। ସେ ଚଳିତବର୍ଷର ଖତ୍‌ରୋ କେଁ ଖିଲାଡି- ୧୨ରେ ଭାଗନେଇ ଖେଳୁଥିଲେ ଏବଂ ସେଥିରେ ଟ୍ରଫି ଜିତିବାକୁ ସମସ୍ତ ଉଦ୍ୟମ, ଶକ୍ତି ଲଗାଇ ଦେଇଥିଲେ। ହେଲେ ସେ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିବାରେ ପଛରେ ପଡିଗଲେ। ତାଙ୍କୁ ମାତ୍‌ ଦେଇ ୩ ଜଣ ଖେଳାଳୀ ଆଗରେ ଥିବାରୁ ସେ ୪ର୍ଥ ସ୍ଥାନରେ ରହିଯାଇଥିଲେ। ଫଳରେ ସେ ଶୋ’ରେ ଖେଳିପାରିବେନି। ହେଲେ ଶୋ’ରୋ ଖେଳୁଥିବା ସମସ୍ତଙ୍କଠାରୁ କମ୍‌ ବୟସର ହୋଇ ମଧ୍ୟ ସେ ସମସ୍ତଙ୍କୁ କଡା ଟକ୍କର ଦେଇ ଡିତି ଆସିଥିଲେ। ସେ ଏହି ରେସ୍‌ରୁ ପଛରେ ରହିଥିଲେ ମଧ୍ୟ ନିଜର ସାମର୍ଥ୍ୟକୁ ପ୍ରମାଣିତ କରିପାରିଛନ୍ତି। ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଅଧିକ ଖୁସି ଆଣିପାରିଛି। ହେଲେ ଜନ୍ନତଙ୍କ ପ୍ରଶଂସକ ତାଙ୍କୁ ଟ୍ରଫି ଜିତିବାର ଦେଖିବାକୁ ଚାହୁଁଥିଲେ। ସେଥିପାଇଁ ସେମାନେ ନିରଶ ହୋଇଛନ୍ତି। ବର୍ତ୍ତମାନ ଶୋ’ରେ ୩ ଜଣଙ୍କ ମଧ୍ୟରେ ମୋହିତ ମଲ୍ଲିକ, ଫୈସଲ ଶେଖ ଏବଂ ତୁଷାର କାଳିଆ ରହିଛନ୍ତି।

Share