ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୯ଟି ଜାଗାରେ ଚଢାଉ

ବଲାଙ୍ଗୀର,୨୫।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗେର ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ହୋଇଛି।

ସୂଚନାଥାଉ କି, ଭୁବନେଶ୍ବରର ନୀଳାଦ୍ରି ବିହାରର ୩ ମହଲା ଘରେ ରେଡ ହୋଇଛି। ସେହିପରି ପୁରୀର ୨ଟି ଫ୍ଲାଟ, କଟକ ସ୍ଥିତ ପୈତୃକ ଘରେ ଚଢ଼ାଉ। ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ ହୋଇଥିବାବେଳେ ଅନୁଗୁଳରେ ଥିବା ସୁନୀଲଙ୍କ ପୁଅଙ୍କ ଘରେ ବି ରେଡ ହୋଇଛି। ଚଢ଼ାଉରେ ୨ ଅତିରିକ୍ତ ଏସପି, ୮ DSP, ୬ ଇନ୍ସ୍ପେକ୍ଟର, ୧୦ ASI ସାମିଲ ହୋଇଛନ୍ତି।

ସୂଚନାଥାଉ କି, ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ସୁଜିତ କୁମାର ପାଢ଼ୀ। ଠିକାଦାରଙ୍କ ବିଲ କରିଦେବାକୁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ପାଢ଼ୀ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ପ୍ରଥମ କିସ୍ତିରେ ୫୦ ହଜାର ଟଙ୍କା ଠିକାଦାରଙ୍କଠାରୁ ନେଇଥିଲେ। ବୁଧବାର ଦ୍ବିତୀୟ କିସ୍ତି ଲାଞ୍ଚ ୫୦ ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ଟିମ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ପାଢ଼ୀଙ୍କୁ କାବୁ କରି ନେଇଥିଲେ। ତାଙ୍କଠାରୁ ଭିଜିଲାନ୍ସ ଟିମ ୫୦ ହଜାର ଟଙ୍କା ଜବତ କରିଛନ୍ତି। ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ...

ଭାଉଜଙ୍କ ସୁନା ଗହଣା ଚୋରି କରିବା ଦିଅରଙ୍କୁ ପଡ଼ିଲା ମହଙ୍ଗା

ଜୟପୁର,୧୮।୪ (ପବନ ପାଣିଗ୍ରାହୀ): ଭାଉଜଙ୍କ ସୁନା ଗହଣା ଚୋରି ଅଭିଯୋଗରେ ଜୟପୁର ସଦର ପୋଲିସ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ...

Dream11: ଆପଣ ବି ଅନଲାଇନ ଗେମ୍‌ ଖେଳି ଜିତିପାରିବେ ୩କୋଟି ଟଙ୍କା ଆଉ ମହିନ୍ଦ୍ରା ଥାର୍‌, ଜାଣନ୍ତୁ ଟ୍ରିକ୍‌

ଆଜିର ଡିଜିଟାଲ ଯୁଗରେ ଅନଲାଇନ ଫ୍ୟାନ୍ଟାସି ସ୍ପୋର୍ଟସ ଗେମ ଭାରତରେ ବେଶ ଲୋକପ୍ରିୟ ହୋଇଛି। ତେବେ Dream11 ଡ୍ରିମ ୧୧ ହେଉଛି ଏକ ଏପରି ପ୍ଲାଟଫର୍ମ,...

Tahawwur Rana: ପ୍ରଥମେ ମାଗିଲେ ପେନ-ପେପର-କୁରାନ, ଏବେ ଡିମାଣ୍ଡ କରୁଛନ୍ତି ନନଭେଜ…

ନୂଆଦିଲ୍ଲୀ,୧୮।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ NIA ନିରନ୍ତର ପଚରାଉଚରା କରୁଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତହଉର ରାଣା ତାଙ୍କ...

ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ

କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି...

ସମ୍ବଲପୁର ସିଆର୍‌ପିଏଫ୍‌ ଗୋଷ୍ଠୀ କେନ୍ଦ୍ର ସର୍ବଶ୍ରେଷ୍ଠ ବିବେଚିତ

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ଭାରତର ସର୍ବବୃହତ ସାମରିକ ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଜନ୍ମଭୂମି ମଧ୍ୟପ୍ରଦେଶର ନିମଚରେ ଗୁରୁବାର ଆୟୋଜିତ ୮୬ତମ ସ୍ଥାପନା ଦିବସ ପରେଡରେ...

ଚୈତ୍ର ମହୋତ୍ସବ ଝାମୁଯାତ୍ରା ସମ୍ପନ୍ନ

ରିଷିଡ଼ା,୧୮ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତି ପୀଠରେ ଚାଲିଥିବା ଚୈତ୍ର ମହୋତ୍ସବର ସପ୍ତମ ଦିବସରେ ଝାମୁଯାତ୍ରା...

ୟୁଜିସି ନେଟ୍‌ ପରୀକ୍ଷା ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ ଫର୍ମ ପୂରଣ କରିବାର ଶେଷ ତାରିଖ

ଭୁବନେଶ୍ୱର,୧୮ା୪: ୟୁଜିସି-ନେଟ୍‌ ଜାତୀୟ ଯୋଗ୍ୟତା ପରୀକ୍ଷା ୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଛାତ୍ରୀଛାତ୍ର ଏନେଇ ସରକାରୀ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image