କ୍ୟାପିଟାଲ ହିଲ ହିଂସା ସମିତି ପକ୍ଷରୁ ଟ୍ରମ୍ଫଙ୍କୁ ସମନ

ୱାଶିଂଟନ,୨୨ ।୧୦: ଆମେରିକା ସିନେଟର ଏକ ସମିତି ୬ ଜାନୁୟାରୀ ୨୦୨୧ରେ କ୍ୟାପିଟାଲ ହିଲ ହିଂସାର ଯାଞ୍ଚ କରୁଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଶୁକ୍ରବାର ସମିତି କହିଛି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଅଫିସିଆଲି ଏକ ସମନ ପଠାଯାଇଛି ।
ସମନରେ ଟ୍ରମ୍ଫକୁ ସମିତି କହିଛି ୪ ନଭେମ୍ବର ମଧ୍ୟରେ ସମସ୍ତ କାଗଜପତ୍ର ଡିପୋଜିଟ କରିବା ସହ ୧୪ ନଭେମ୍ବର ମଧ୍ୟରେ ନିଜେ ବ୍ୟକ୍ତିଗତ ଭାବେ ବା ଭର୍ଚୁଆଲି ଉପସ୍ଥିତ ରହିବେ ।
ଏହା ପୂର୍ବରୁ ଯାଞ୍ଚ ସମିତି ଜୁନ ଓ ଜୁଲାଇରେ ୮ଟି ଜନଶୁଣାଣି କରିଥିଲେ, ଯାହାକୁ ଟ୍ରମ୍ଫ ଓ ଅନ୍ୟ ରିପବ୍ଲିକାନମାନେ ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ବୋଲି କହିଥିଲେ । ଏଥିସହ ଶୁଣାଣି ସମୟରେ କମିଟି ଦଙ୍ଗା ସମୟର କିଛି ଅଦୃଶ୍ୟ ଭିଡିଓ ମଧ୍ୟ ଜାରି କରିଥିଲେ ।

Share