ପରମାଣୁ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ନୂତନ ନୀତି ଗ୍ରହଣ କଲା ଜାପାନ

ଟୋକିଓ,୨୩ ।୧୨: ସାରା ବିଶ୍ୱରେ ଇନ୍ଧନ ଅଭାବ ମଧ୍ୟରେ ସ୍ଥିର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ପରମାଣୁ ଶକ୍ତିର ଅଧିକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଜାପାନ ଏକ ନୂତନ ନୀତି ଗ୍ରହଣ କରିଛି । ଏହି ନୀତିରେ ଦର୍ଶାଯାଇଛି ଯେ ଜାପାନ ଏହାର ବହୁ ପରମାଣୁ ରିଆକ୍ଟର ଗୁଡିକୁ ପୁଣିଥରେ ଆରମ୍ଭ କରିବା ଉଚିତ ଏବଂ ଏହାକୁ ଅଧିକ ଉପଯୋଗ କରିବା ଓ ପୁରୁଣା ରିଆକ୍ଟର ଗୁଡିକର କାର୍ଯ୍ୟକ୍ଷମ ସମୟ ସୀମାକୁ ୬୦ ବର୍ଷରୁ ଆଗକୁ ବଢାଇବା ଦରକାର ।
ସୂଚନାଯୋଗ୍ୟ, ଜାପାନରେ ୨୦୧୧ରେ ଫୁକୁସୀମା ବିପର୍ଯ୍ୟୟ ପରେ ସୁରକ୍ଷା ଚିନ୍ତା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଏହାପରେ ପରମାଣୁ ଶକ୍ତି ଉପରେ ନିର୍ଭରଶୀଳତାକୁ ଶେଷ କରିବାର ଯୋଜନା ଥିଲା । ଗତ ଦଶନ୍ଧିରେ ୨୭ଟି ରିଆକ୍ଟରକୁ ପୁଣିଥରେ ଆରମ୍ଭ କରିବାକୁ ଆଣବିକ ଶକ୍ତି କମ୍ପାନୀ ଗୁଡିକ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୧୭ଟି ସୁରକ୍ଷା ମାନଦଣ୍ଡ ପୂରଣ କରିଛି ଏବଂ କେବଳ ୧୦ଟି କାର୍ଯ୍ୟ ଆରମ୍ଭ କରିଛି ।

Share