ଟୋକିଓ,୬।୯: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଜାପାନର ଓକିଲମାନେ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ବିସ୍ଫୋରକ ଆକ୍ରମଣ ଘଟଣାରେ ୨୪ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ତଥା ଅନ୍ୟାନ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାପାନ ଗଣମାଧ୍ୟମ ଏହି ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ କିଶିଦା ପଶ୍ଚିମ ଜାପାନର ୱାକାୟାମାରେ ପ୍ରଚାର କରୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରେ ଘରେ ତିଆରି ପାଇପ ବୋମା ଫିଙ୍ଗିଥିଲେ। ତେବେ କିଶିଦା ଏଥିରେ ଆହତ ହୋଇ ନ ଥିଲେ, କିନ୍ତୁ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ।