ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାକୁ ଘୋଷଣା କଲା ଜାପାନ…

ଟୋକିଓ,୧୨।୬ : ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ଜାପାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ଆଦେଶରେ କୁହାଯାଇଛି ଜାପାନ ପାଇଁ ବିପଦ ସୃଷ୍ଟି କରୁଥିବା ଯେକୌ ଣସି ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟକରାଯିବ। ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି , ୨୯ ମେ ୨୦୨୩ ରେ ଦିଆଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରଗୁଡିକୁ ଧ୍ୱଂସ କରିବା ପାଇଁ ପଦକ୍ଷେପ ଆରମ୍ଭ କରିବା ଆଦେଶକୁ ନେଇ ଆମେ ୧୧ ଜୁନ ୨୦୨୩ ପରେ ଅସ୍ଥାୟୀ ଭାବେ ଏହାର ସମୟ ସୀମାକୁ ବୃଦ୍ଧି କରୁଛୁ । ଗତ କିଛି ମାସ ମଧ୍ୟରେ ଉତ୍ତର କୋରିଆର ଅନେକ କ୍ଷେପଣାସ୍ତ୍ର ଜାପାନ ଉପରେ ଉଡ଼ିଛି। ଏଥିରୁ କିଛି କ୍ଷେପଣାସ୍ତ୍ର ଜାପାନର ଜଳ ଭିତରେ ମଧ୍ୟ ପଡିଛି, ଯଦିଓ ଏହାଯୋଗୁ କୌଣସି କ୍ଷୟକ୍ଷତି ହୋଇ ନାହିଁ।

ଜାପାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ପ୍ୟୋଙ୍ଗୟାଙ୍ଗର ଜାତୀୟ ଏରୋସ୍ପେସ ଡେଭଲପମେଣ୍ଟ ଆଡମିନିଷ୍ଟ୍ରେଶନ ଚୋଲିମା- ୧ ବାହକ ରକେଟରେ ଲାଗିଥିବା ମଲ୍ଲିକୋଙ୍ଗ- ୧ ସାମରିକ ଅନୁସନ୍ଧାନ ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି। ରିପୋର୍ଟରେ କୁହାଯାଇଛି ପ୍ରଥମ ପର୍ଯ୍ୟାୟ ପୃଥକ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟର ଇଞ୍ଜିନ ପ୍ରଜ୍ୱଳିତ କରିବାରେ ବିଫଳ ହୋଇଥିଲା, ଯାହା ଦ୍ୱାରା ରକେଟ ୟେଲୋ ସାଗରରେ ପଡିଯାଇଥିଲା।

ଉତ୍ତର କୋରିଆ ଗତ ଦୁଇ ବର୍ଷ ଧରି ନିରନ୍ତର କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ବର୍ତ୍ତମାନ ଏଭଳି କ୍ଷେପଣାସ୍ତ୍ରଗୁଡିକ ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଆମେରିକାକୁ ଜବାବ ଦେବାରେ ସକ୍ଷମ। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ନିଜର କ୍ଷେପଣାସ୍ତ୍ରକୁ ସାମରିକ ପରେଡରେ ଏସବୁ ଅନ୍ତର୍ଭୁକ୍ତ କରି ବିଶ୍ୱକୁ ଦେଖାଇଛନ୍ତି। ଉତ୍ତର କୋରିଆ ଯୋଗୁ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ଅଧିକ ବିପଦରେ ଅଛନ୍ତି।

Share