Categories: ଖେଳ

କ୍ୱାର୍ଟର ଫାଇନାଲରେ ଜାପାନ, ଅଷ୍ଟ୍ରେଲିଆ, ନାଇଜେରିଆ

ହାମିଲଟନ୍‌, ୩୧ା୭: ମହିଳା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ,ଜାପାନ ଓ ନାଇଜେରିଆ। ସୋମବାର ଜାପାନ, ଜାମ୍ବିଆ ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ନାଇଜେରିଆ ଓ ଆୟର୍ଲାଣ୍ଡ ପଏଣ୍ଟ ବାଣ୍ଟିଛନ୍ତି। ଜାମ୍ବିଆ ଏହାର ବିଶ୍ୱକପ୍‌ ଇତିହାସରେ ପ୍ରଥମ ବିଜୟ ରେକର୍ଡ କରିଛି।

ଜାମ୍ବିଆର ପ୍ରଥମ ବିଜୟ: ଟୁର୍ନାମେଣ୍ଟରୁ ଆଗୁଆ ବିଦାୟ ନେଇ ସାରିଥିବା ଜାମ୍ବିଆ ଏହାର ପ୍ରଥମ ବିଜୟ ରେକର୍ଡ କରିଛି। ଅନ୍ତିମ ଲିଗ୍‌ ମ୍ୟାଚରେ କୋଷ୍ଟାରିକାକୁ ୩-୧ରେ ପରାସ୍ତ କରିଛି ଜାମ୍ବିଆ।

ସୋମବାର ସ୍ପେନ୍‌କୁ ୪-୦ ଗୋଲରେ ପରାସ୍ତ କରିବା ସହିତ ଗ୍ରୁପ୍‌ ସିର ଟପ୍ପର ଭାବରେ ନକ୍‌ଆଉଟରେ ପ୍ରବେଶ କରିଛି। ୩ ଟି ମ୍ୟାଚରେ ଅପରାଜେୟ ରହିବା ସହିତ ୯ ପଏଣ୍ଟ ଅର୍ଜନ କରିଛି ଜାପାନ।

ଆୟୋଜକ ଅଷ୍ଟ୍ରେଲିଆ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ କାନାଡାକୁ ୪-୦ରେ ପରାସ୍ତ କରି ନକ୍‌ଆଉଟରେ ପ୍ରବେଶ କରିଛି। ଆୟର୍ଲାଣ୍ଡ ସହିତ ମ୍ୟାଚ୍‌କୁ ୦-୦ରେ ଡ୍ର ରଖିବା ସହିତ ନକ୍‌ ଆଉଟରେ ପ୍ରବେଶ କରିଛି ନାଇଜେରିଆ। ୩ ମ୍ୟାଚରୁ ଦଳ ଗୋଟିଏ ବିଜୟ ଓ ୨ ଡ୍ର ସହିତ ୫ ପଏଣ୍ଟ ହାସଲ କରିଛି।

Share