ଆସିଲା ବାର୍ଡ ଫ୍ଲୁ: ୧୮ ଲକ୍ଷରୁ ଊର୍ଦ୍ଧ୍ୱ କୁକୁଡାଙ୍କୁ ମାରି ଦିଆଗଲା

ଟୋକିଓ,୧ ।୧୨: ପାଖାପାଖି ୧ ବର୍ଷ ହେବାକୁ ଯାଇଛି ସାରା ବିଶ୍ୱବାସୀ କରୋନା ଭାଇରସ ଭଳି ମହାମାରୀ ସହ ଲଢି ଚାଲିଛନ୍ତି । ଆଉ ଏବେ ଦାଉ ସାଧିଲାଣି ବାର୍ଡ ଫ୍ଲୁ । ଜାପାନ କୃଷି ମନ୍ତ୍ରଣାଳୟ ମଙ୍ଗଳବାର ପ୍ରକାଶ କରିଛି । ମନ୍ତ୍ରଣାଳୟ କହିଛି ଦେଶର ପୋଲଟ୍ରି ଫାର୍ମରେ ବାର୍ଡ ଫ୍ଲୁ ସଂକ୍ରମଣ ଆରମ୍ଭ ହୋଇ ଗଲାଣି । ଏହା ଗତ ୪ ବର୍ଷ ମଧ୍ୟରେ ସବୁଠାରୁ ବଡ ମହାମାରୀ ବୋଲି କୁହାଯାଉଛି । କୃଷି ମନ୍ତ୍ରଣାଳୟ ତା’ ୱେସାଇଟରେ କହିଛି ଯେ ଦକ୍ଷିଣ-ପଶ୍ଚିମ ଜାପାନର ହେନ୍ସୁଦୀପର ନିୟାଜାକି ଅଞ୍ଚଳରେ ଥିବା ହ୍ୟୁଗ ସହରରେ ଥିବା ଏକ ପୋଲଟ୍ରି ଫାର୍ମରେ ଏୱିୟନ ଇନଫ୍ଲୁଏଞ୍ଜା ଦେଖିବାକୁ ମିଳିଛି । ତେବେ କୁକୁଡା ମାଂସ ବା ଅଣ୍ଡା ଖାଇଲେ ଏହା ବ୍ୟାପିବ କି ନାଁ ତାହା ସ୍ପଷ୍ଟ କରାଯାଇନାହିଁ । ୨୦୨୧୬ ପରଠାରୁ ଜାପାନରେ ସବୁଠାରୁ ଅଧିକ ମାତ୍ରାରେ ବାର୍ଡ ଫ୍ଲୁ ହୋଇଛି ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ପାଖାପାଖି ୧୮ ଲକ୍ଷ କୁକୁଡାଙ୍କୁ ମାରି ଦିଆଯାଇଥିବା କୁହାଯାଉଛି ।

Share