ବାଲିଷ୍ଟିକ ମିସାଇଲ ଲଞ୍ଚ୍‌ କରିଛି ଉତ୍ତର କୋରିଆ, ଜାପାନର ଦାବି

ଟୋକିଓ,୧୩।୯: ଆଜିକାଲି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ କରାଯାଇଛି, ଯେଉଁଥିରେ ଉତ୍ତର କୋରିଆ ଦ୍ୱାରା ବାଲିଷ୍ଟିକ ମିସାଇଲ ଉତ୍‌କ୍ଷେପଣ ସମ୍ପର୍କରେ ସୂଚନା ଦିଆଯାଇଛି।

ଜାପାନର ପିଏମ୍‌ଓ ଦ୍ୱାରା କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ, ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ବର୍ତ୍ତମାନ ସୁଦ୍ଧା ଏହି କ୍ଷେପଣାସ୍ତ୍ର ବିଷୟରେ ଅଧିକ ସୂଚନା ମିଳିନାହିଁ। ଜାପାନର ତଟରକ୍ଷୀ ବାହିନୀ କହିଛନ୍ତି , ଉତ୍ତରକୋରିଆ ପକ୍ଷରୁ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଯାହା ସମୁଦ୍ରରେ ଯାଇ ପଡିଛି।

Share