ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ଝିଅଙ୍କୁ ଅନୁମତି ଦେଲେ ଜାପାନ କ୍ରାଉନ୍ ପ୍ରିନ୍ସ

ଟୋକିଓ,୧ ।୧୨: ଶେଷରେ କିଛି ବର୍ଷର ନିରବତା ପରେ ଜାପାନର କ୍ରାଉନ୍ ପ୍ରିନ୍ସ ଫୁମିହିତୋ ତାଙ୍କ ଝିଅ ପ୍ରିନସେସ୍ ମାକୋଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି । ବେଶ୍ କିଛି ବର୍ଷ ହେବ ଏହି ବିବାହ ଘୁଞ୍ଚି ଘୁଞ୍ଚି ଚାଲିଥିବା ବେଳେ ଅନୁମାନ କରାଯାଉଥିଲା କି ରାଜ ପରିବାର ଏଥିରେ ଖୁସି ନାହାଁନ୍ତି । ପ୍ରିନସେସ୍ ମାକୋ ୨୦୧୮ରେ ତାଙ୍କ ୟୁିଭର୍ସିଟି ଫ୍ରେଣ୍ଡ କି କୋମୁରୋଙ୍କୁ ବିବାହ କରିବାର ଥିଲା । ମାକୋ ୨୦୧୭ରେ ତାଙ୍କ ସହ ନିର୍ବନ୍ଧ କରିବା କଥା ଘୋଷଣା କରିଥିଲେ । ହେଲେ ଏପର୍ଯ୍ୟନ୍ତ ଏହା ହୋଇ ପାରୁ ନ ଥିଲା । ସୂଚନାଯୋଗ୍ୟ, ଏବେ ବିବାହ ପରେ ମାକୋଙ୍କର ରାଜପରିବାର ସହ କୌଣସି ସମ୍ପର୍କ ରହିବ ନାହିଁ ଅବା ସେ ରାଜପରିବାରର କୌଣସି ସୁବିଧା ପାଇପାରିବେ ନାହିଁ । ତେବେ କୋମୁରୋଙ୍କ ଆର୍ଥିକ ସମସ୍ୟା ଯୋଗୁ ଏହି ବିବାହରେ କ୍ରାଉନ୍ ପ୍ରିନ୍ସ ରାଜି ନ ଥିବା କୁହାଯାଉଥିଲା । ହେଲେ ଏବେ ଏହାର ସମାଧାନ ହୋଇଯାଇଛି ।

Share