ଜାପାନ ଭୂକମ୍ପ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି

ଟୋକିଓ,୩ା୧: ଜାପାନରେ ନୂଆବର୍ଷରେ ଘଟିଥିବା ଭୟଙ୍କର ଭୂକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନକେ ଲୋକ ଆବର୍ଜନା ତଳେ ପୋତି ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏମାନଙ୍କୁ ଖୋଜା ଚାଲିଛି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ କହିଛନ୍ତି। ତେବେ ବର୍ଷା ଓ ଥଣ୍ଡା ଯୋଗୁ ଉଦ୍ଧାରକାରୀ ଦଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ନୂଆବର୍ଷ ଆରମ୍ଭରେ ଜାପାନରେ ପ୍ରବଳ ଭୂକମ୍ପ ହୋଇଥିଲା। ଜାନୁଆରୀ ୧ରେ, ଜାପାନର ୭.୬ ତୀବ୍ରତାର ଭୂକମ୍ପ ହୋଇଥିଲା। ଫଳରେ ବହୁ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଏହା ବ୍ୟତୀତ ବୁଧବାର ଇଶିକାଓ୍ବା ପ୍ରିଫେକ୍ଟର ଏବଂ ଜାପାନର ଆଖପାଖ ଅଞ୍ଚଳରେ ମଧ୍ୟ ୪.୯ ତୀବ୍ରତାର ଭୂକମ୍ପ ହୋଇଛି।

Share