ଜାପାନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୧୫୫ ଫସି ରହିଥିବା ଆଶଙ୍କା, ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା

ଟୋକିଓ,୨।୧: ନୂଆବର୍ଷରେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଜାପାନ ଦେଶକୁ ଥରାଇ ଦେଇଛି। ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଗୋଟିଏ ଦିନରେ ୧୫୫ଭୂକମ୍ପ ଝଟକା ଜାପାନରେ ଅନୁଭୂତ ହୋଇଛି। ଭୂକମ୍ପ ହେବା ମାତ୍ରେ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡି ପଡିଥିଲା, ଏପରିକି ସୁନାମି ଚେତାବନୀ ଦିଆଯାଇଥିବାବେଳେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି ଯେ, ପ୍ରାୟ ୩୩ ହଜାର ପରିବାର ବିଦ୍ୟୁତ୍‌ ବିନା ରହିଛନ୍ତି ଏବଂ ପ୍ରମୁଖ ରାଜପଥ ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ମାର୍ଗ କାର୍ଯ୍ୟକ୍ଷମ ନୁହେଁ, ଯାହାଦ୍ୱାରା ମେଡିକାଲ ଏବଂ ସେନା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Share