ଜାପାନ ବନ୍ୟାରେ ୪୦ ମୃତ

ଟୋକିଓ,୭ା୭: ଜାପାନର ଦକ୍ଷିଣ ଭାଗରେ ତିନିଦିନ ଧରି ପ୍ରବଳ ବର୍ଷା ସହ ବନ୍ୟା ଆସିବା ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ ନିଖୋଜ ଅଛନ୍ତି। ନଦୀ ପାର୍ଶ୍ୱରେ ଥିବା ଏକ ନର୍ସିଂହୋମ୍‌ର ୧୪ ଜଣ ବନ୍ୟାଜଳରେ ଭାସିଯାଇଛନ୍ତି। କୁମା ନଦୀରେ ବନ୍ୟା ଆସି ଅନେକ ଘର ପାଣିରେ ବୁଡ଼ି ରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ ସୈନ୍ୟ ଓ ଅନ୍ୟ ଟିମ୍‌କୁ ମୁତୟନ କରାଯାଇଛି। ସେହିପରି କ୍ୟୁଶୁର ଉଭୟ ପାର୍ଶ୍ୱ ଓ କୁମାମୋଟୋ ସହରର ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ପଳାଇଯିବା ଲାଗି ପରାମର୍ଶ ଦିଆଯାଇଛି। କରୋନା ମହାମାରୀ ଯୋଗୁ ଆଶ୍ରୟସ୍ଥଳରେ ସାମାଜିକ ଦୂରତ୍ୱ ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share