Categories: ଜାତୀୟ

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଜାପାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୭: ଜାପାନର ବୈଦେଶିକ ମନ୍ତ୍ରୀ ହୟାଶି ୟୋଶିମାସା ଗୁରୁବାର ସନ୍ଧ୍ୟାରେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବେ। ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି।
ଗୁରୁବାର ସନ୍ଧ୍ୟାରେ ସେ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ସହ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ହାଇଦ୍ରାବାଦ ହାଉସରେ ଏକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ। ଶୁକ୍ରବାର ସେ ନୂଆଦିଲ୍ଲୀର ଇମ୍ପରିଆଲ ହୋଟେଲରେ ଇଣ୍ଡିଆ-ଜାପାନ ଫୋରମରେ ଯୋଗ ଦେବେ। ଶୁକ୍ରବାର ରାତିରେ ସେ ପୁଣି ଭାରତ ଫେରି ଯିବାର କାର୍ଯ୍ୟକ୍ରମ ରହିଛି।

Share