ଏଠାରେ ବିବାହ କଲେ ସରକାର ଦେଉଛନ୍ତି ୪.୨୦ ଲକ୍ଷ ଟଙ୍କା: ଜାଣନ୍ତୁ…

ଏମିତି ଏକ ଦେଶ ରହିଛି ଯେଉଁଠାରେ ବିବାହ କଲେ ସରକାରଙ୍କଠାରୁ ୪.୨୦ ଲକ୍ଷ ଟଙ୍କା ମିଳିବ। ନବ ଦମ୍ପତି ନିଜର ବୈବାହିକ ଜୀବନକୁ ଖୁସିରେ ବିତାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ଦିଆଯିବ। ନିକଟରେ ସରକାର ଏମିତି ଏକ ଘୋଷଣା କରିଛନ୍ତି।
ଏହି ଦେଶ ହେଉଛି ଜାପାନ। ଅସୁବିଧା ଯୋଗୁ ଯେଉଁମାନେ ବିବାହ କରିପାରୁ ନାହାନ୍ତି, ସେମାନଙ୍କୁ ସରକାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। କାରଣ ଜନ୍ମହାର ହେଉଛି ଏହି ଦେଶରେ ବଡ଼ ଚିନ୍ତାର ବିଷୟ। ଏଠାରେ ନବବିବାହିତାଙ୍କୁ ନୂଆ ଜୀବନ ଆରମ୍ଭ ପାଇଁ ୪.୨ ଲକ୍ଷ ଟଙ୍କା ଦିଆଯିବ। ଏଥିପାଇଁ ସେମାନଙ୍କୁ ଜାପାନର ନବ ବିବାହିତ ସହାୟତା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିବ।
ଲୋକେ ଯଦି ବିଳମ୍ବରେ କିମ୍ବା ଅବିବାହିତ ରୁହନ୍ତି ତେବେ ଏହା ଦେଶର ଜନ୍ମହାର ଉପରେ ପ୍ରଭାବ ପକାଇଥାଏ। ଏହାର ସମାଧାନ ପାଇଁ ସରକାର ଏହି ଯୋଜନା କରିଛନ୍ତି।
ବିବାହର ପଞ୍ଜିକୃତ ତାରିଖ ଅନୁସାରେ ସ୍ତ୍ରୀ-ସ୍ବାମୀଙ୍କ ବୟସ ୪୦ ରୁ କମ୍‌ ହେବା ଉଚିତ୍‌। ସେମାନଙ୍କ ମୋଟ ଆୟ ୩୮ ଲକ୍ଷରୁ କମ୍‌ ହୋଇଥିବା ଦରକାର। ୩୫ ବର୍ଷ ବୟସ୍କଙ୍କ ପାଇଁ ନିୟମ ସାମାନ୍ୟ ଭିନ୍ନ ରହିଛି। ଯଦି ସେମାନଙ୍କ ଆୟ ୩୩ ଲକ୍ଷ ଟଙ୍କା ତେବେ ସେମାନଙ୍କୁ ୨.୧ ଲକ୍ଷ ଟଙ୍କା ଦିଆଯିବ।

Share