ଗ୍ରହାଣୁରୁ ମୃତ୍ତିକା ଆଣୁଛି ଜାପାନ

ଟୋକିଓ, ୬।୧୨: ଜାପାନର ହାୟାବୁସା୨ ମହାକାଶ ଯାନ ଏକ କ୍ୟାପସୁଲ୍‌କୁ ସଫଳତାର ସହ ଅଲଗା କରି ପୃଥିବୀ ଅଭିମୁଖେ ପଠାଇଛି। ଏଥିରେ ଏକ ଦୂରନ୍ତ ଗ୍ରହାଣୁ ପିଣ୍ଡରୁ ମୃତ୍ତିକା ଅଣାଯାଉଛି। ଏହାକୁ ଅନୁଧ୍ୟାନ କରାଯିବା ପରେ ସୌରଜଗତର ମୂଳ ଏବଂ ପୃଥିବୀରେ ଜୀବ ସୃଷ୍ଟି ସମ୍ପର୍କିତ ଅନେକ ତଥ୍ୟ ମିଳିପାରିବ ବୋଲି ଜାପାନ ମହାକାଶ ଗବେଷଣା ସଂସ୍ଥା କହିଛି। ୨,୨୦,୦୦୦ କିଲୋମିଟର ଦୂରରେ ଥିବା ମହାକାଶଯାନ ଶନିବାର କ୍ୟାପ୍‌ସୁଲକୁ ନିଜଠାରୁ ଅଲଗା କରିଛି। ଏହା ଅଷ୍ଟ୍ରେଲିଆର ଉମେରାରେ ଏକ ନିର୍ଜନ ସ୍ଥାନରେ ଅବତରଣ କରିବ। ହାୟାବୁସା୨ ମହାକାଶଯାନ ୩୦୦ ନିୟୁତ କିଲୋମିଟର ଦୂରରେ ଥିବା ଗ୍ରହାଣୁ ର଼୍ୟାଗୁ ଛାଡ଼ିଥିଲା। କ୍ୟାପ୍‌ସୁଲକୁ ଅଲଗା କରିବା ପରେ ଏହା ଦୂରରେ ଥାଇ ଏହାର ଫଟୋ ଉତ୍ତୋଳନ କରିବ।

Share