ଜାପାନରେ ୬.୦ ତୀବ୍ରତାର ଭୂକମ୍ପ

ଟୋକିଓ,୧୧।୮: ଜାପାନର ହୋକ୍କାଇଡୋରେ ଶୁକ୍ରବାର ସକାଳ ପ୍ରାୟ ୫.୪୪ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମ୍ୟାଗ୍ନିଚ୍ୟୁଡ ରହିଛି। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ ଦ୍ୱାରା ଏହି ସୂଚନା ଶୁକ୍ରବାର ଦିଆଯାଇଛି। ତେବେ ଭୂକମ୍ପ କେନ୍ଦ୍ର ପୃଥିବୀ ପୃଷ୍ଠରୁ ୪୬ କିଲୋମିଟର ତଳେ ଥିଲା। ଏ ପର୍ଯ୍ୟନ୍ତ କୌଣସି ଆହତଙ୍କ ଖବର ମିଳିନାହିଁ।

Share