ଜାପାନରେ ଭୂକମ୍ପ, ୧୦ରୁ ଊର୍ଦ୍ଧ୍ୱ ଆହତ

ଟୋକିଓ,୨୨ା୧: ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ଜାପାନରେ ହୋଇଥିବା ଭୂକମ୍ପ ସମସ୍ତଙ୍କୁ ଥରାଇ ଦେଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ରେକର୍ଡ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁ ୧୦ ଜଣ ଆହତ ହୋଇଛନ୍ତି।

ଜାପାନ ପାଣିପାଗ ବିଭାଗର ସୂଚନାନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଶନିବାର ଅପରାହ୍ନ ୧.୮ରେ କ୍ୟୁସୁ ଦ୍ୱୀପରୁ ସୃଷ୍ଟି ହୋଇଥିଲା। ଏହା ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ। ଭୂକମ୍ପର ତୀବ୍ରତା ଭୟଙ୍କର ଅନୁଭୂତ ହୋଇଛି। ଓଟା,
ମିୟାଜାକି, କୋଚି ଏବଂ କୁମାମୋଟୋର ଏହାର ତୀବ୍ରତା ଅଧିକ ଥିଲା।

ସୂଚନାନୁଯାୟୀ, ମିୟାଜାକିରେ କମ୍ପନ ଯୋଗୁ ୪ ଜଣ ଆହତ ହୋଇଛନ୍ତି। ଏଥିସହ ଓଟାରେ ୬ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସାଗା ଏବଂ କୁମାମୋଟୋରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ।

Share