ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ବିରୋଧରେ ହତ୍ୟା ମାମଲା, ୬ ମାସ ପରେ ଆରମ୍ଭ ହେବ ଟ୍ରାଏଲ

ଟୋକିଓ,୧୩ ।୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତମାନେ ଔପଚାରିକ ଭାବେ ହତ୍ୟା ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ଦିନ ଜାପାନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ତିତ୍ସୁଆ ୟାମାଗାମୀ ସିଞ୍ଜୋ ଆବେଙ୍କ ହତ୍ୟା ପରେ ମାନସିକ ପରୀକ୍ଷା ପାଇଁ ୬ ମାସ ଜେଲରେ ରହିଥିଲେ । ଏବେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ଅଭିଯୋଗକାରୀମାନେ କହିଛନ୍ତି, ଅଭିଯୁକ୍ତ ଏବେ ଟ୍ରାଏଲ ପାଇଁ ଫିଟ ହୋଇଯାଇଛନ୍ତି । ହତ୍ୟା ମାମଲା ବ୍ୟତୀତ ତାଙ୍କ ଉପରେ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଇନ ଉଲ୍ଲଂଘନ ମାମଲା ବି ଦିଆଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ଜାପାନର ନାରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାପରେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯାଇଥିଲା ।

Share