ନୂଆଦିଲ୍ଲୀ,୨୦।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୨ ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଳୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦଶେଖର ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଏବଂ ଜାପାନର ଅଧ୍ୟକ୍ଷତାରେ ହେବାକୁ ଥିବା ଜି୭ ବୈଠକର ପ୍ରାଥମିକତାକୁ ନେଇ ଫୁମିଓ କିଶିଦା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ହେବ। ଜାପାନର ପ୍ରଧାନମନ୍ତ୍ରୀ ଭାରତରେ ପ୍ରାୟ ୨୭ ଘଣ୍ଟା ବିତାଇବେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହିତ ସେ ଏକ ଥିଙ୍କ ଟ୍ୟାଙ୍କ ଇଭେଣ୍ଟରେ ମଧ୍ୟ ଯୋଗଦେବେ।